Skip to content
ଶିଶୁ କିଶୋର

କବିତା

ମାଛଙ୍କ କଳି

ମାଛଙ୍କ କଳି

ମାଛମାନେ ଥରେ ପାଣିରେ ଥାଇ
କଳିକଲେ ଏକ ଆନକୁ ଚାହିଁ।
ଗୋଟେ ଦଳ ଥିଲେ ରୋହି ଭାକୁଡ
ଅଲଗା ଦଳରେ ଫଳି ଚିତଳ।
ଶେଉଳ ବାଳିଆ ମିରିକାଳିରେ
ମାଗୁର ଚିଙ୍ଗୁଡି ମିଶିଲେ ପରେ।
କଉ ଦଣ୍ଡିକିରି ଗଡିଶା ତୋଡି
ଟେକିଲେ ମଥାକୁ ଘଡିକି ଘଡି।
ମୀନ ମହୁରାଳି କେରାଣ୍ଡି ମିଶି
ଡେଇଁଲେ ପାଣିରେ ସବୁଠୁ ବେଶି।
ଏତିକି ବେଳରେ କେଉଟ ଦୁଇ
ପହଂଚିଲେ ମାଛ ଧରିବାପାଇଁ।
ଖେପାଜାଲଟିକୁ ଦେଲେ ବିଛେଇ
କଳିଛାଡି ମାଛ ଗଲେ ପଛେଇ।
ପଛବୁଦ୍ଧି ପୁଣି ବୋକା ଯେ ଥିଲେ
ପଡିଲେ ବିଚରା କେଉଟ ଜାଲେ।
ଜାଲରେ ପଡି ସେ`ହେଲେ ବିକଳ
ଭାବିଲେ ଏ ସବୁ କଳିର ଫଳ।
ଆଉ ମାଛତକ ପାଣି ଭିତରେ
ମିଳିମିଶି ଯାଇ ଲୁଚିଲେ ଡରେ।
∎
ନୀଳାଦ୍ରିବିହାର
ଭୁବନେଶ୍ୱର

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଫେବୃଆରୀ:୨୦୨୫ , ଦ୍ଵିତୀୟ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ନିରଞ୍ଜନ ପତି

28-02-2025 / 12:55:11

ଭଲ ମଜା କବିତା । ପିଲାଙ୍କୁ ଆନନ୍ଦ ଦେଇପାରିବ । ଅନେକ ଅନେକ ଅଭିନନ୍ଦନ । ନମସ୍ତେ । ଜୟ ଜଗନ୍ନାଥ ।

Dhananjaya swain

06-02-2025 / 00:28:35

Entertaining and educative

ପ୍ରବାସିନୀ ମିଶ୍ର

05-02-2025 / 22:11:30

ଭାରି କଉତୁକିଆ କବିତାଟିଏ ପିଲାମାନଙ୍କ ପାଇଁ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion