କବିତା
ସ୍ବାଗତଂ ନୂଆ ବର୍ଷ

ନୂଆ ଵରଷରେ ନୂଆ ସକାଳର
ଚୁନା ଚୁନା ସୁନା ଖରା
କାକର ଟୋପାରେ ମୁକୁତା ତିଆରି
ଵାଣ୍ଟଇ ମୂଲକ ସାରା
ହେ ନୂଆ ବରଷ ଆସ,
ସେ ମୁକୁତା ହାର ଶ୍ରେଷ୍ଠ ଉପହାର
ନେଇ ମନ କର ତୋଷ।
ତୁମରି ନାଆଁରେ ଗୋଟିଏ ବରଷ
ଶାସନ ଚାଲିବ ଏଠି
ତୁମେ ଭରିଦେବ ସଭିଙ୍କ ହୃଦୟେ
ସୁଖ ଶାନ୍ତି ଭକ୍ତି ପ୍ରୀତି
ପାଦ ଥାପି ଆସ ଥରେ,
ସେଇ ଶୁଭଦିନ ଆସୁଅଛି ଏଇ
ଜାନୁଆରୀ ପହିଲାରେ।
ଖାତାଖାତିଆନା କ୍ୟାଲେଣ୍ଡର ପାଞ୍ଜି
ତୁମ ନାମେ ହେଵ ଲେଖା
ପଚିଶି ଜାଗାରେ ଛବିଶ ବସିଲେ
ତୁମ ସଙ୍ଗେ ହେଵ ଦେଖା
ଲେଖି ଆମେ ହେବୁ ଖୁସି,
ତୁମ ଆଶୀର୍ବାଦେ ସୁଖର ସପନ
ଆମେ ଦେଖୁଥିବୁ ବସି
ସ୍ବାଗତଂ ନୂଆ ବର୍ଷ,
ପଚିଶ ଏଠାରୁ ବିଦାୟ ନେଉଛି
ସହଳ ସହଳ ଆସ।
∎
କପିଳ ପ୍ରସାଦ, ଭୁବନେଶ୍ୱର-୨

ଲେଖା ସମ୍ପର୍କୀୟ ମତାମତ
ଅଶୋକ କୁମାର ସେଠୀ
03-01-2026 / 21:31:18
ଭଲ ଲାଗିଲା
Nirupama kabi
02-01-2026 / 22:02:25
ମନ ଛୁଆଁ
Mohan Kumar swain
01-01-2026 / 19:47:25
ଖୁବ୍ ସୁନ୍ଦର ଲାଗିଲା
ହରିପ୍ରିୟା ପଟ୍ଟନାୟକ
01-01-2026 / 19:02:41
ନୂଆବର୍ଷକୁ ମଧୁର ସମ୍ଭାଷଣ ଭଲ ହେଇଛି।