Skip to content
ଶିଶୁ କିଶୋର

କବିତା

ଅଗଡ଼ ବଗଡ଼ ଝାଇଁକି ଝୁମ୍ପା

ଅଗଡ଼ ବଗଡ଼ ଝାଇଁକି ଝୁମ୍ପା

ଅଗଡ଼ ବଗଡ଼ ଝାଇଁକି ଝୁମ୍ପା
ବାଟରେ ପଡ଼ିଛି କଦଳୀ ଚୋପା
ବାଟ ଚାଲୁଥିବ ଥିରି,
କଦଳୀ ଚୋପାରେ ଗୋଡ଼ ପଡ଼ିଗଲେ
ପଡ଼ିବ ନକରି ଡେରି l

( ୨)
ଅଗଡ଼ ବଗଡ଼ ଝାଇଁକି ଝୁମ୍ପା
ପାରା ନେଇଗଲା ଧାନରୁ ଖୁମ୍ପା
ଧାନ ଜଗିଥିଲେ ଆଈ,
ବାଡି ଧରି ସିଏ ଦଉଡ଼ି ଯିବାରୁ
ପଡ଼ିଲେ କଚାଡ଼ି ହୋଇ l

( ୩ )
ଅଗଡ଼ ବଗଡ ଝାଇଁକି ଝୁମ୍ପା
ପାଠ ନ ପଢ଼ିଲେ ରାଗିବେ ବାପା
ମନଦେଇ ପଢ଼ ପାଠ,
ଅଜ୍ଞାନ ଅନ୍ଧାର ହୋଇଯିବ ଦୂର
ଦେଖାଯିବ ନୂଆ ବାଟ l

(୪ )
ଅଗଡ଼ ବଗଡ଼ ଝାଇଁକି ଝୁମ୍ପା
ନିଜର ପୋଷାକ ରଖିବ ସଫା
ନପିନ୍ଧିବ କେବେ ମଳି,
ନିଜର ହାତରେ ନିଜ କାମ କଲେ
ଖୁସି ଯିବ ତୁମ ବଳି l

( ୫ )
ଅଗଡ଼ ବଗଡ଼ ଝାଇଁକି ଝୁମ୍ପା
ଶିବଙ୍କର ପ୍ରିୟ ଫୁଲଟି ଚମ୍ପା
ବାଡ଼ିରେ ଲଗାଅ ଗଛ,
ଗଛ ର ଯତନ ନିଜେ ନିଅ ତୁମେ
ସବୁ କାମ କରି ପଛ l
∎
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,
ବାଲିପଡ଼ା, ମାହାଙ୍ଗା, କଟକ -୭୫୪୨୦୭
ମୋ -୭୬୦୯୦୪୪୩୮୩

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଫେବୃଆରୀ :୨୦୨୬ , ତୃତୀୟ ବର୍ଷ ଦ୍ଵିତୀୟ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଶରତ କୁମାରୀ ସ୍ଵାଇଁ

04-02-2026 / 20:32:46

ଶିକ୍ଷଣୀୟ କବିତା ଟିଏ।ଭଲ ଲାଗିଲା।

Tapan kumar swain

03-02-2026 / 15:03:43

ଖୁବ୍ ମଜାଦାର ଲେଖା ।ପିଲା ଠାରୁ ବଡ଼ ମାନଙ୍କ ମନକୁ ଛୁଇଁ ବ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion