କବିତା
କେତେ ଟିକିଏ ମହୁମାଛି

କେତେ ଟିକିଏ ମହୁମାଛି ସେ
କେତେ ଯେ ତାର ଗୁଣ
ସକାଳୁ ସଞ୍ଜ ଫୁଲ ପାଖରେ
ରହି ଥାଏ ତା ମନ(1)
ଟିକି ନଈର ସୁଅ ପ୍ରଖର
ପାରଇ ଲଙ୍ଘି କୂଳ
ଟିକି କୂଅର ଜଳ ମଧୁର
କେତେ ଯେ ସୁଶୀତଳ (2)
ଟିକି ତାରାଟି ଆକାଶେ ଫୁଟି
ଅନ୍ଧାର ପାରେ ନାଶି
ଟିକି ଝରଣା ଗୀତଟି ଗାଇ
ନଈରେ ଯାଏ ମିଶି (3)
ଟିକି ଚଢ଼େଇ ଡେଣା ହଲେଇ
ଆକାଶେ ଯାଏ ଉଡ଼ି
ହେଉ ପଛକେ ଆକାଶ ବଡ
ଯାଏନି ଜମା ଡରି (4)
ତୁଣ୍ଡରେ ଦାନା ଧରି ଚାଲଇ
ଟିକି ପିମ୍ପୁଡି ଧାର
ଶିଖାଏ ଅବା ଆମକୁ ସିଏ
ଏକତାରେ ହିଁ ବଳ( 5)
ସେମାନେ ଟିକି ବୋଲି କରନି
କେଵେ ବି ଉପହାସ
ଟିକି ସାପର ବିଷଟି ବେଶି
କରଇ ସର୍ବନାଶ!!(6)
∎
ମୋ -9437000636

ଲେଖା ସମ୍ପର୍କୀୟ ମତାମତ
Tapan kumar swain
03-02-2026 / 15:05:29
ଖୁବ୍ ସୁନ୍ଦର ସରଳ ହୋଇଛି ଲେଖାଟି
ହରିପ୍ରିୟା ପଟ୍ଟନାୟକ।
02-02-2026 / 23:33:36
ଶିକ୍ଷାମୂଳକ ସୁନ୍ଦର ଶିଶୁ କବିତା