କବିତା
ଗ୍ରାଫାଇଟ୍

ପେନସିଲ ଦେହେ କଳାଦଣ୍ଡ ଥାଇ
ଚାଲଇ କାଗଜ ଉପରେ
ଗ୍ରାଫାଇଟ୍ ବୋଲି ଜଣାଶୁଣା ସେ ତ
କାର୍ବନର ଏକ ରୂପରେ ।
ଧାତୁ ପରି ତାହା ଚକ ଚକ୍ କରେ
ହାତକୁ ଲାଗଇ ତେଲିଆ
ଖଣିରେ ରହିଛି ଆଣିଥାନ୍ତି ତାକୁ
ମାଟି ତାଡି କରି ଖାଲିଆ ।
ବିଦ୍ୟୁତ ଚୁଲିରେ କୋଇଲା ଗୁଣ୍ଡକୁ
ବାଲି ସହିତରେ ମିଶାଇ
ଉଚ୍ଚ ତାପ ଦେଇ ଗରମ କରିଲେ
କୃତ୍ରିମ ରୂପରେ ଦିଶଇ ।
ଅଧିକ ଉତ୍ତାପ ସହିପାରେ ସେହି
ତାପ ପ୍ରତି ନାହିଁ ଖାତର
କାରଖାନାରେ ସେ ବହୁ କାମେ ଲାଗେ
ବଢାଏ ତାହାର ଚାତର ।
ଧାତୁ ନିଷ୍କାସନ ବେଳେ ଲୋଡ଼ା ହୁଏ
ସୁପରିବାହୀ ସେ ଅଟଇ
ପରମାଣୁ ରିଆକ୍ଟର ମଧ୍ୟେ ଥାଇ
ମନ୍ଦକ ଭାବରେ ଖଟଇ ।
ଗ୍ରାଫାଇଟ୍ ପରା ଗ୍ରୀକ୍ ଶବଦ
ଗ୍ରାଫୋ ରୁ ଆସିଛି ପୁଣି ଯେ
ତାହାରି ମାନେ ତ "ମୁଁ ଲେଖେ"ଅଟେ
ଲେଖୁଥିବା ସଦା କିଣି ଯେ ।
ଗ୍ରାମ/ପୋ -ତୋଟାପଡା
ଭାୟା -ଘଣ୍ଟେଶ୍ଵର
ଜିଲ୍ଲା -ଭଦ୍ରକ ୭୫୬୧୨୯
ମୋ -୯୯୩୭୬୭୨୭୦୮

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
02-02-2026 / 23:36:49
ବିଜ୍ଞାନ ଭିତ୍ତିକ କବିତାଟିଏ ଭଲହେଇଛି। କିନ୍ତୁ ଖାଲିଆର ମାନେ କଅଣ ଜାଣିପାରିଲି ନାହିଁ।