ଗପ
ଉଡୁରେ ଉଡ଼ୁ ତ୍ରିରଙ୍ଗା ଉଡ଼ୁ

ଇନ୍ଦ୍ରଗୋପର ଗୋଟିଏ ରଙ୍ଗ
ଇନ୍ଦ୍ରଚାପର ସାତ
ଅଶୋକ ଚକ୍ର,ତିନିରଙ୍ଗିଆ
ଆମ ତ୍ରିରଙ୍ଗା ସେତ।
କପୋତ ଉଡ଼େ ବେଲୁନ୍ ଉଡ଼େ
ଯେ ଉଡ଼େ ଫରଫର
ସିଏ ଜାତୀୟ ପତାକା ଆମ
ତାକୁ ସଲାମ କର।
ଗୀତରେ ଗୀତ ଗୋଟିଏ ଗୀତ
ଜନ-ଗଣ ତା ନାଆଁ
ସେଇ ଗୀତଟି ହୋଇବ ଗାନ
ସହର ଠାରୁ ଗାଆଁ।
ଇନ଼କିଲାବ୍, ଜୟହିନ୍ଦ୍
ସ୍ଳୋଗାନ୍ ସବୁ ଦେବା
ସକାଳ ବେଳା `ପ୍ରଭାତଫେରି`
ଆସ ତା ମଜା ନେବା।
ଭୁଲିବା ନାହିଁ ଅଗଷ୍ଟ ମାସ
ପନ୍ଦର ତାରିଖକୁ
ସ୍ୱାଧୀନତା ଦିବସ ଭାବେ
ଆମେ ପାଳଇ ତାକୁ।
ଉଡୁରେ ଉଡ଼ୁ ତ୍ରିରଙ୍ଗା ଉଡ଼ୁ
ଉଚ୍ଚରେ ଟେକି ମଥା
ଶୁଣେଇ ଦେଉ ଶାନ୍ତି ଅହିଂସା
ଆଉ ମୈତ୍ରୀର କଥା।
∎
୨୭, ମନ୍ତ୍ର ମାନୋର,ଗୋଠପାଟଣା
ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭

ଲେଖା ସମ୍ପର୍କୀୟ ମତାମତ
ଅନନ୍ତ କୁମାର ସେନାପତି
08-08-2024 / 11:10:45
Sir ସୁନ୍ଦର ଲାଗିଲା କବିତାଟି ।
ଧନଞ୍ଜୟ ସ୍ୱାଇଁ
01-08-2024 / 13:44:34
ପିଲାମାନେ ବୁଝି ପାରିବେନି ଇନ୍ଦ୍ରଗୋପ,ଇନ୍ଦ୍ରଚ। ପ ର ଅର୍ଥ, ଯଦିଓ ତା ଅର୍ଥ ସାଧବ ବୋହୂ ଓ ଇନ୍ଦ୍ରଧନୁ। ପ୍ରଥମ ପଦଟି ଶିଶୁ ଉପଯୋଗୀ ଲାଗିଲା ନାହିଁ। ଅନ୍ୟ ପଦ ଗୁଡିକ ଠିକ୍ ଅଛି।
ଡଃ ବିଜୟା ପାତ୍ର
01-08-2024 / 10:21:53
ପ୍ରଥମ ପରିଛେଦଟି ବୁଝିବାକୁ ଟିକେ କଷ୍ଟ ହେଲା। ଆଉ ଟିକେ ଭଲ ହେଇ ପାରିଥାଆନ୍ତା।