କବିତା
ଫୁଟି ବି ଫୁଲଟି ପରି

ଫୁଲଟିଏ ହୋଇ ଫୁଠିବି କାନନେ
ସୁନ୍ଦର ପାଖୁଡା ମେଲି,
ଦେହରେ ମୋହର ସୂରୁଜ କିରଣ
ନାନା ରଙ୍ଗ ଦେବ ତୋଳି ।
ସମୀର ପରଶେ ଝୁଲି ଝୁଲି ମୁହି
ଛୁଇଁବି ମାଆର କୋଳ,
ଯେଉଁଠି ମିଳଇ ସିନେହ, ଶରଧା
କୋଟି ମମତା ର ମୁଲ ।
କାକର,କୁହୁଡି,ବରଷା କି ଝଡି
ସବୁ ମୁଁ ପାରିବି ସହି,
ଲଭିବି ଆନନ୍ଦ ମୋ ଟିକି ବାସନା
ଆନକୁ ବିତରି ଦେଇ ।
ଝଡିଯିବି ପଛେ କାହାରି ମନ ରେ
ଦେବି ନାହିଁ କିଛି ଦୁଃଖ,
ଆଦରେ ଯେ ମୋତେ ରଖନ୍ତି ହୃଦରେ
ସେଇ ତ ସରଗ ସୁଖ ।
ଜାଣିନାହିଁ ଖେଦ ବାଦ ଅପବାଦ
ନାହିଁ ମୋ ଅସନା ମନ,
ସୁନ୍ଦର ଏହି ଧରାଟି ମୋ ପାଇଁ
ଦେଇଛି ଦିବ୍ୟ ପରାଣ ।
ଗଢିଛନ୍ତି ବିହି ରୂପ ରଙ୍ଗ ଦେଇ
ଅତି ଯତନ ରେ ଆଣି,
ଆନ ଖୁସି ପାଇଁ ଫୁଟିଯିବି ମୁହିଁ
ସଭିଙ୍କୁ ଆପଣା ମଣି ।
∎
ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼
ଫୋନ 7008304225

ଲେଖା ସମ୍ପର୍କୀୟ ମତାମତ
ରଘୁନନ୍ଦନ ମହାପାତ୍ର।
31-05-2025 / 10:10:46
ବହୁତ ସୁନ୍ଦର ହୋଇଛି ଶିଶୁ କବିତା। ଧନ୍ୟବାଦ ଜଣାଉଛି।