କବିତା
ଗୋଟିଏ ପରିବାର

ଆମେ ସଭିଏଁ ଭାରତବାସୀ
ଗୋଟିଏ ପରିବାର
ହସଖୁସିରେ ଚଳିଲେ ଆମେ
ହସିବ ଏ ସଂସାର।
ମନେ ନରଖି ଜାତି ଧରମ
ହେବାରେ ତାରା,ଶଶୀ
ଭେଦ ଭାବକୁ ଦୂରେଇ ଦେଇ
ରହିବା ମିଳିମିଶି।
ସଭିଏଁ ଆମେ ଭଉଣୀ ଭାଇ
ପୃଥିବୀ ଆମ ମାଆ
କାନ୍ଧରେ କାନ୍ଧ ମିଳାଇ ଭାଇ
ରଖିବା ତାର ନାଆଁ।
ପର ଦୁଃଖରେ ହୋଇବା ଦୁଃଖୀ
କରିବା ଆମେ ଆହା
ଭଲ କାମରେ ଅଣ୍ଟା ଭିଡିଲେ
ଦଇବ ହେବେ ସାହା।
ଗାନ୍ଧିଜୀଙ୍କ ଅହିଂସା ନୀତି
କରିବା ଜପା ମାଳି
ଆମେ ସଭିଏଁ ଫୁଲ ଗଛର
ଗୋଟିଏ ଲେଖାଁ ଡାଳି।
∎
ସମ୍ପାଦକ-ନିର୍ଝରିଣୀ
କଣ୍ଟାବାଞ୍ଜି, ବଲାଙ୍ଗୀର
ମୋ.୯୮୫୩୪୭୩୨୦୪

ଲେଖା ସମ୍ପର୍କୀୟ ମତାମତ
Sanjukta parichha
31-05-2025 / 09:36:40
ପିଲଙ୍କ ପାଇଁ ଭଲ , ଶିକ୍ଷଣୀୟ ଲେଖା । ଶୁଭେଚ୍ଛା