Skip to content
ଶିଶୁ କିଶୋର

କବିତା

ସୂର୍ଯ୍ୟ ଚନ୍ଦ୍ର କଳି

ସୂର୍ଯ୍ୟ ଚନ୍ଦ୍ର କଳି

ଦିନେ ସୂର୍ଯ୍ୟ ଚନ୍ଦ୍ର ଲାଗିଲେ କଳି
ସୂର୍ଯ୍ୟ କହେ-ମୁଁ ଯେ ଅଟଇ ବଡ
ଏ କଥା ମନରୁ ଯାଉଛୁ ଭୁଲି?
ହସି ହସି ଯେବେ ଦେଖାଏ ମୁହଁ
ଶେଯ ଛାଡିଦେଇ ସମସ୍ତେ ଉଠନ୍ତି
ଡରିମରି ତୁହି ଲୁଚାଉ ମୁହଁ।
ମୋ କର ପ୍ରଭାବେ ଜୀଏ ଜଗତ
ବୃକ୍ଷ ତିଆରନ୍ତି ଖାଦ୍ୟ ମୋ ଯୋଗୁ
ଶକ୍ତି ପାଇଥାଏ ଜୀବଜଗତ।
ଶୁଣି ଚାନ୍ଦ କହେ-କହନା ଆଉ
କିରଣଧାରା ତୋ ଜାଳିପୋଡି ଦିଏ
ଦେଖାନା ଆଉ ତୁ ଏତିକି ଭାଉ।
କି କହିବି ତୋର ଗୁଣର କଥା
ପାଣି ଶୋଷିନେଉ ନଦୀ,ନାଳଠାରୁ
ସାରା ଜଗତଟା ପାଏ କି ବ୍ୟଥା?
ଯେବେ ଆସେ ମୁହିଁ ସଂଜ ସଂଜରେ
ଶୀତଳ ପରଶେ ହସିଉଠେ ଫୁଲ
ପ୍ରଶାନ୍ତି ଭରଇ ସବୁ ହୃଦରେ।
ଶୁଣି ବସୁମାତା କହିଲେ-ପିଲେ
ଏକୁ ଆନେ ବଳି ତୁମେ ଦୁଇ ଜଣ
ତୁମ ବିନା ସୃଷ୍ଟି ତିଷ୍ଠିବ ଭଲେ?
ସେଇ ଦିନୁ ଦୁହେଁ କଳି ଭୁଲିଲେ
ଦିନ ରାତି ଭାଗ କରି ନିଜ ମଧ୍ୟେ
ଆଲୋକ କିରଣ ଢାଳି ଚାଲିଲେ।
∎
ଆର୍ .ପି.-୬୭, ପାଣ୍ଡବ ନଗର
ଟଙ୍କପାଣି ରୋଡ୍, ବଡଗଡ ବ୍ରିଟ୍ କଲୋନୀ
ଭୁବନେଶ୍ବର-୧୮

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion