କବିତା
କିଏ କେମିତି

ବଇଶାଖୀ ଖରା ଟାଇଁଟାଇଁ,
ଝାଞ୍ଜିବାଆ ପିଟେ ସାଇଁସାଇଁ।
ବରଷା ଝରଇ ଝରଝର,
ଚାଷ ପାଇଁ ଚାଷୀ ତରତର।
ରେଳଗାଡ଼ି ଚାଲେ ଛୁକୁଛୁକୁ,
ବେଙ୍ଗ ଡିଆଁ ମାରେ ଫୁକୁଫୁକୁ।
ହେମାଳ ପବନ ଶିରିଶିରି,
ଫୁଲଝରି ଜଳେ ଝିରିଝିରି।
ତେଲ ବିନା ବାଳ ଫୁରୁଫୁରୁ,
ଶୀତଦିନେ ଅଜା ଥୁରୁଥୁରୁ।
ଆକାଶରେ ତାରା ମିଟିମିଟି,
କଳିଆ କରଇ ଖିଟିଖିଟି।
ଶିଶୁ ହସିଦିଏ ଫିକିଫିକି,
ହସ ତା`ର ଦିଶେ ଚିକିଚିକି।
∎
ଫୋ:୯୮୬୮୮୦୫୯୯୬

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
31-05-2025 / 11:00:16
ସୁନ୍ଦର ଉପସ୍ଥାପନା। ଧନ୍ୟବାଦ।
ଡ. ବିଜୟା ପାତ୍ର
31-05-2025 / 10:50:34
ଖୁବ୍ ସୁନ୍ଦର। ସରଳ ଭାଷାର ଛଟା। ଧନ୍ଯବାଦ।