କବିତା
କଞ୍ଚାଲଙ୍କା

ରଙ୍ଗ ଶାଗୁଆ ଭାରି ରାଗୁଆ
ଦେହ ଛୋଟିଆ ତାର,
ଛୋଟ ଦେହରେ ଗୁଣ ହଜାରେ
ନାହିଁ ତୁଳନା ଯା`ର।
ଔଷଧ ନୁହେଁ ଦୂରେଇ ପାରେ
ରୋଗର ଦାଉ କେତେ,
ଗଣିହେବନି ପୋଷକତତ୍ତ୍ଵ
ତା ଦେହେ ଅଛି ଯେତେ।
ରକ୍ତଚାପକୁ କମାଇପାରେ
ସୁସ୍ଥ ରଖଇ ଆଖି,
ରାଗ ହେଲେ ବି ଗୁଣକୁ ଦେଖି
ଆସରେ ଯିବା ଚାଖି।
∎
ସୁଦର୍ଶନ ନଗର,ପୁରୀ-୭୫୨୦୦୨

ଲେଖା ସମ୍ପର୍କୀୟ ମତାମତ
କୁଞ୍ଜବିହାରୀ ସାହୁ
01-06-2024 / 15:05:49
ବହୁତ ବହୁତ ବଢିଆ କବିତା। ଏମିତି କବିତାର ଆଦର ବେଶି, ଶୁଭକାମବା ଜଣାଉଛି ।