କବିତା
ଆ` ମାହୁନ୍ତ ଆ`

ଆ` ରେ ଆ` ମାହୁନ୍ତ ଆ`
ପୋଷା ହାତୀକୁ ନେଇ
ହାତୀଟି ଦେଖି ହୋଇବୁ ଖୁସି
ଗଲେ ଗାଁ ଦାଣ୍ଡ ଦେଇ ।
ଛଵିବହିରୁ ଦେଖିଛୁ ଆମେ
ହାତୀର ଛବି ଯାହା
ଶୁଣେଇ ଥିଲେ ହାତୀର ଗପ
ଦିନେ ମୋ ଆଈମା` ।
ନଡ଼ିଆ,ଧାନ,କଦଳୀ ଦେବୁ
ଖାଇବ ମନ ଭରି
ବାଡ଼ି ଗଛରୁ ଆଣିବୁ ଡାଳ
ଆମେରେ ଭାଙ୍ଗି କରି ।
ହାତୀ ପିଠିରେ ବୁଲି ଆସିଲେ
ବାବାଲି ଆଉ ଟିନା
ଡାକ ଭୁଲେଇ ଆ` ଓହ୍ଲେଇ
ରାଜି ହେଵେନି ଜମା ।
ଅଜା କହିବେ ଏ ହାତୀଟିକୁ
ରଖିବା ଆମ ଘରେ
କହିଵେ ଆଈ କିଣିଦେବିରେ
ହାତୀ ଛୁଆଟେ ପରେ
ମାହୁନ୍ତ ହସି କହିଲା ପିଲେ
ଫେରିବୁ ଆମେ ଘର
ହାତୀ ଦେଖିଲ ମଜା ପାଇଲ
ଏଵେରେ ଵହି ଧର ।
∎ ମନ୍ତ୍ର ମାନୋର,ଗୋଠପାଟଣା
ଭୁବନେଶ୍ୱର,ମୋ-୯୫୮୩୨୦୨୩୫୭

ଲେଖା ସମ୍ପର୍କୀୟ ମତାମତ
କୁଞ୍ଜବିହାରୀ ସାହୁ
01-06-2024 / 15:10:23
ଭଲ କବିତା,ନିଜର କବିତା ଲେଖିବାର ନିଆରାପଣ ଜାରିରଖିଛନ୍ତି । ଶୁଭକାମନା ଜଣାଉଛି ।