କବିତା
କିଏ ବା ପାରିବ କଳି ତୁମ କରୁଣା

ଝରଣା କୁ ଶିଖାଇଲ ବହିବା ପାଇଁ
କୁଳୁକୁଳୁ ଶବଦରେ ନିତି ଝରଇ ।
ସୂରୁଜ ଦେହରେ ଦେଲ ଆଲୋକ ଭରି
ଧରଣୀ କୋଳରେ ଆସି ପଡଇ ଝରି ।
ପକ୍ଷୀଙ୍କ କଣ୍ଠରୁ ଶୁଭେ ମଧୁର ସ୍ୱର
ଲାଗେ ସତେ ଉଭା ଅଛି ସରଗପୁର ।
ନାନା ରଙ୍ଗେ ସଜାଇଲ ଫୁଲ ପାଖୁଡା
ପରଜାପତି ର ମନେ ସପନ ଭରା ।
କୋଟି କୋଟି ତାରା ରହି ନୀଳ ଆକାଶେ
ଦିବ୍ୟ ଜ୍ୟୋତି ପ୍ରକାଶନ୍ତି ତୁମ ଆଶିଷେ ।
କେବେ ଦିନ କେବେ ରାତି କେବେ ବରଷା
ଶୀତ କାକର ରୂପରେ ହୁଅ ଭରସା ।
ମୋ ମନରେ ଭରିଦିଅ ଜ୍ଞାନ ଆଲୋକ
ସେଇ ଆଲୋକେ ଚାଲିବି ଜୀବନଯାକ ।
ଜଳ, ସ୍ଥଳ, ଆକାଶରେ, ସୂରୁଜ ଦେହେ
ଫୁଲ ପାଖୁଡ଼ାରେ ତୁମ ମହକ ବହେ ।
କିଏ ବା ପାରିବ କଳି ତୁମ କରୁଣା
ତୁମ ବିନା କିଛି ନାହିଁ ଜଗତେ ଜଣା ।
∎
ବାଣ୍ଠୁପଡା, ଗଙ୍ଗାନଗର, ୱାର୍ଡ 18
ରାଜଗାଙ୍ଗପୁର , ଜିଲ୍ଲା ସୁନ୍ଦରଗଡ଼
ଫୋନ 7008304225

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
01-04-2026 / 22:53:03
ସୁନ୍ଦର କବିତା।