କବିତା
ଧରିତ୍ରୀ ମାତା ଗୋ ଆମର

ତୁମ କୋଳରେ ରହି
କେତେ ସୁଖ ଶାନ୍ତି ଜୀବନେ
ଆମେ ଯାଇଛୁ ପାଇ
ଦେଖୁଛୁ ମା କେତେ ସପନ,
ପରିବେଶ ତୁମ ନିର୍ମଳ ହୋଇଛି
ନାହିଁ ତ ଆଉ ପ୍ରଦୂଷଣ।
ଜଳ, ବାୟୁ, ବନ, ଗଗନ
ଭୂମି, ନଦୀ, ସାଗର
ସବୁ ସ୍ଥାନ ହୋଇ ସତେଜ
ଦିଶଇ ଭରପୂର
ସତେ, ସେହିପରି ହେବ କି,
ଧରାର ବୁକୁ ରୁ ଆବର୍ଜନା ଯେତେ
ଏବେ ଅପସରି ଯିବ କି?
ବର୍ଷ ବର୍ଷ ଧରି ଆମକୁ
ତୁମେ ଆସିଛ ପାଳି
ତୁମ ସୁରକ୍ଷା ର କଥାକୁ
ଆମେ ଯାଇଛୁ ଭୂଲି
ଏବେ ସଚେତନ ହୋଇଛୁ,
ତୁମ ସାଥେ ଆମ ଜୀବନଟି ଯୋଡା
ସେଇ କଥା ଜାଣି ସାରିଛୁ।
ଧରିତ୍ରୀ ଦିବସ ପାଳୁଛୁ
ଏପ୍ରିଲ ବାଇଶି ରେ
ବାସ୍ତବ କର୍ମ ରେ ତୁମର
ସେବା ଦିବା ନିଶି ରେ
କରିଲେ ମିଳିବ ସୁଫଳ,
ସୁସ୍ଥ ପରିବେଶ ସାଥିରେ ଆମର
ଭବିଷ୍ଯତ ହେବ ଉଜ୍ଜ୍ବଳ।
ଭୁବନେଶ୍ୱର-୨

ଲେଖା ସମ୍ପର୍କୀୟ ମତାମତ