Skip to content
ଶିଶୁ କିଶୋର

କବିତା

ଦଶଟି ରସଗୋଲାର କାହାଣୀ

ଦଶଟି ରସଗୋଲାର  କାହାଣୀ

ଦଶଟି ରସଗୋଲା
ଏଇଠି ଥିଲା, ଥାକ ଉପରେ
କୁଆଡେ କାହିଁ ଗଲା?
ଗୋଟିଏ ନାହିଁ ଭଲା!

ବାପା କହିଲେ, ଆଣି ମୁଁ ଥିଲି
କୁଣିଆ ଘର ଆସିବେ ବୋଲି
ରଖିଲ ନାହିଁ ଯତନ କରି
କିଏ ସେ କାହିଁ ନେଲା?
ଆଉ ତ ନାହିଁ ଗୋଟିଏ ରସଗୋଲା!

ବୋଉ କହିଲେ, କାନ୍ଦିଲା ଝିଅ
ଖାଇବି ମତେ ଗୋଟିଏ ଦିଅ
ଗୋଟେ ନୁହେଁ ସେ ଦୁଇଟି ଖାଇ ଦେଲା
ବାକି ରହିଲା, ଆଠଟି ରସଗୋଲା।

ଝିଅ କୁ ଦେଖି ପୁଅ ଚାହିଁଲା
ଖାଇବ ବୋଲି ସେ ରସଗୋଲା
ଖାଉ ଖାଉ ଯେ ତିନିଟା ଗଲା ଖାଇ
ଆଉ ତ ମୋଟେ ପାଂଚଟି ଥିଲା ରହି।

ବୋଉ ତୁମର, ଶାଶୁମା ମୋର
ମିଠାରେ ଭାରି ମନ ତାଂକର
ଗୋଟିଏ ତାଂକୁ ବଢାଇ ଦେଲି
ମନରେ ଖୁସି ହେଲା
ଆଉ ରହିଲା ଚାରୋଟି ରସଗୋଲା।

ଠାକୁର ଭୋଗ ନଥିଲା କିଛି
ଦୁଇଟି ନେଇ ବାଢି ଦେଇଛି
ତାପରେ ଆଉ ଦୁଇଟି ଅଛି ବଳି
ତୁମର ଗୋଟେ, ମୋପାଇଁ ଗୋଟେ
ଖାଇକି ଦେବା ସାରି।
ମନରେ ଦୁଃଖ କରନା ଆଉ
ଏଇ ତ ପାଖେ ଗୁଡିଆ ସାହୁ
ନେଇ ଆସିବ ସେଠାକୁ ଯାଇ
ଡଜନେ ରସଗୋଲା
ଶୁଣି, ବାପାଂକ ମୁଣ୍ଡ ଘୂରାଇ ଦେଲା
ରସଗୋଲାର କାହାଣୀ ସରିଗଲା।


∎

କୋଟି ତୀର୍ଥ ଲେନ୍
ଭୁବନେଶ୍ୱର-୨
ମୋ-୯୪୩୭୦୧୪୩୨୨

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Ayushman

15-01-2025 / 10:02:57

ବଢ଼ିଆ ଲାଗିଲା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion