Skip to content
ଶିଶୁ କିଶୋର

କବିତା

ଶୀତ ଋତୁର ପରିବା

ଶୀତ ଋତୁର ପରିବା

ଆସିଗଲା ଭାଇ ଶୀତ
ହାଟ ବଜାରରେ ସବୁଠି ଚାଲିଲା
ପରିବାମାନଙ୍କ ଯାତ।
ଧୋବ ଫରଫର ମୂଳା
ଶାଗୁଆ ପତର ଭାର ମୁଣ୍ଡେ ବୋହି
କରୁଥାଏ କେତେ ଖେଳା।
ଫୁଲେଇ ତ ଫୁଲକୋବି
ଛାତିକୁ ଫୁଲେଇ ଆଖିକୁ ନଚେଇ
କଥା କହେ ଭାବି ଭାବି।
ମୁଁ ପରା ପରିବାରାଣୀ
ତର୍କାରୀ,ପକୁଡି ଯାହା ବି ରାନ୍ଧିଲେ
ଦେଖାଇ ଦିଏ ମୋ ଠାଣି।
ବିନ୍ସ୍ ,ସଜନାଛୁଇଁ
କହନ୍ତି- ଦେହରେ ଭରା ଭାଟାମିନ୍
ରୋଗ ନପାରିବ ଛୁଇଁ।
ପାଳଙ୍ଗ,କୋଶଳା,ମେଥି
ଯେତେ ସବୁ ଶାଗ ଦେହପାଇଁ ବାଗ
କହନ୍ତି ସେ ଆଖି ଟେକି।
ଅଳତା ରଙ୍ଗେ ଗାଧୋଇ
ବିଟ୍,ଗାଜର କହନ୍ତି ଧରାରେ
ଆମଠୁ ରଙ୍ଗିଲା ନାହିଁ।
ବନ୍ଧାକୋବି ,ଟମାଟର
ମସଲା ସାଥୀରେ ସାଙ୍ଗ ହୋଇଗଲେ
ମଜା କିଏ ନେବ ତାର।
ମଟର,ପିଆଜଶଣ୍ଢା
ଭଜା କି ତିଅଣ ଯେମିତି ଖାଇଲେ
ରାଗ ହୋଇଯାଏ ଥଣ୍ଡା।
ଓଲକୋବି,ବାଇଗଣ
ପାଟିକୁ ସୁଆଦ ଦେହପାଇଁ ହିତ
କି କହିବ ତାଙ୍କ ଗୁଣ।
ଶୀତର ପରିବା ହାଟ
ଅସରା ଗୁଣରେ ରୂପ ପସରାରେ
କରୁଥାନ୍ତି କେତେ ନାଟ।
∎
ପାଣ୍ଡବ ନଗର,ଭୁବନେଶ୍ବର

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion