Skip to content
ଶିଶୁ କିଶୋର

କବିତା

ଵିଦ୍ୟା

ଵିଦ୍ୟା

ଵିଦ୍ୟାପରି ଧନ ନାହିଁ ସଂସାରେ
ସେଧନ ଅର୍ଜନ କର ହୋ ନରେ।
ଜ୍ଞାନ ଦୀପ ଜାଳି କର ଆଲୋକ
ଜୀବନେ ତୁମର ବଢିବ ଟେକ।
କେତେ ଋଷି ମୁନି କରିଣ ତପ
ନିଜେ ଜଳି ଜଳି ଜାଳି ଲେ ଦୀପ।
ଅନ୍ଧାରୁ ଆଲୋକ ଦେଲେ ଯେ କରି
ଆଲୋକ ରେ ଜ୍ଞାନ ହେଲା ସବୁରି।
ସେପଥେ ଚାଲ ଆହେ ଶିଶୁ ଗଣ
ଜ୍ଞାନ ଅର୍ଜନ ରେ ସମର୍ପି ପ୍ରାଣ।
ସାମଗ୍ରିକ ବିକାଶ ଶିକ୍ଷା ଅଟେ
ଜାଣିଲେ ଜିଣିବା ଅଳସ ତୁଟେ।
ଅତିତର ଶିକ୍ଷା ଥିଲା ସୁଦୃଢ
ବୁଦ୍ଧ ଗାନ୍ଧୀ ଚାଣକ୍ୟ ଥିଲେ ବଡ।
∎
ତଣ୍ଟି ପଡା, ଟିଟିଲାଗଡ଼ ବଲାଙ୍ଗିର।

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଫେବୃଆରୀ:୨୦୨୫ , ଦ୍ଵିତୀୟ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

କବିଜ୍ୟୋତି ନିରଞ୍ଜନ ପତି ।

28-02-2025 / 12:50:13

ଭାବ ଭଲ ଅଛି ।ଛନ୍ଦ ଉପରେ ଆଉଟିକେ ଧ୍ୟାନ ଦେଇ ଲେଖିଲେ ଅଧିକ ମଧୁର ହେବ । ଜୟ ଜଗନ୍ନାଥ

Utanshu mahanand

06-02-2025 / 14:37:24

Beautiful Poem

Ranjan Kumar Takri

06-02-2025 / 14:33:39

Very Nice Poem

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion