କବିତା
ରଜ ମଉଜ

ଆସିଛି ରଜ କରି ମ ଉଜ
ଶୋଭା ବଢ଼ାଇବା ଘର
ରଙ୍ଗ ଘଷା ଘଷି କରି ଆମେ
କରି ବାଟି ସଫା ତା,ର।
କେତେ ମଜା ଆମକୁ ଲାଗିବ
ପିନ୍ଧି ବା ନୂଆ ବସନ
କ୍ଷିରୀ ପିଠା ପଣା ମହକିବ
ମନ ହେବ ଛନ ଛନ।
ମିଠା ପାନ ଖାଇ ସାଙ୍ଗ ମେଳେ
ଖେଳିବା ଦୋଳି ଆମେରେ
ରଜ ଗୀତ ଗାଇ ମଜାକରି
ବୁଲିବା ସାଙ୍ଗ ସାଥିରେ।
ମିଳା ମିଶା ହୋଇ ଭାଇ ଚାରା
ବଢ଼ାଉଛି ଏ ପରବ
ପରମ୍ପରା ଆମ ବଳ ଦିଏ
ମା, ମାଟି ରଯେ ଗରବ।
ବାପା ବୋଉ କିଣି ଆଣୁଛନ୍ତି
ଘରକୁ କେତେ ଜିନିଷ
ବରଷକୁ ଥରେ ଆସିଛି
ମାନିବା କରି ହରଷ।
∎
ଚାଣ୍ଟିପଲା ଟିଟିଲାଗଡ଼

ଲେଖା ସମ୍ପର୍କୀୟ ମତାମତ
Sanjukta parichha
31-05-2025 / 09:41:50
ରଜ ଉପରେ ଲେଖା କବିତା ଭଲ ଲାଗିଲା ।