Skip to content
ଶିଶୁ କିଶୋର

କବିତା

ରଜ ଦୋଳି ଖେଳ ମଜା

ରଜ ଦୋଳି ଖେଳ ମଜା

ରଜ ଆଗରୁ
ଆମ୍ବ,ପଣସ, ନଡିଆ ମିଶି ଦିନେ
ସେମାନେ ଏବେ
ଦୋଳି ଖେଳିବେ ବିଚାର କଲେ ମନେ।
ନଡିଆ କହେ,
କଦଳୀ ବିନା ପାରିବି ନାହିଁ ରହି
ଆମ ସାଥିରେ
ଦୋଳି ଖେଳିବ, ତାକୁ ବି ଯିବା ନେଇ।
ନଈ ପଠାରେ
ଚାକୁଣ୍ଡା ଗଛେ ବନ୍ଧା ହେବରେ ଦୋଳି
କଦଳୀ ଘରୁ
ଦଉଡି ଆଣି ବାନ୍ଧିଲେ ହୋଇ ମେଳି।
ଗୁଆ ଗଛରୁ
ଖୋଳପା କାଟି କରିଲେ ଦୋଳି ପଟା
ଦୋଳିରେ ପୁଣି
ସଜାଇ ଦେଲେ ଫୁଲ ଗୋଟାକୁ ଗୋଟା।
ଆଗେ ବସିଲା
ଆମ୍ବ ଯାଇ ପଣସ ଦିଏ ଠେଲି
କଦଳୀ ପୁଣି
ତାପରେ ଠେଲେ, ନଡିଆ ଖେଳେ ଦୋଳି।
ପଣସ କହେ,
ଝୁଲାଇ ଦିଅ ଟିକେ ଏଥର ମତେ
ଦୋଳିରେ ବସି
ଜାଣିବି ମୁହିଁ, ଝୁଲିବା ମଜା କେତେ।
ପଣସ ଯାଇ
ବସିଲା ,ଆମ୍ବ, ନଡିଆ ଦେଲେ ଠେଲି
ହାୟ କି ହେଲା
ଦୋଳି ଛିଣ୍ଡିଲା ପଣସ ଗଲା ହଲି।
ଦୋଳି ସାଥିରେ
ପଡି କି ତଳେ, ପଣସ ଧୀରେ କହେ
ଦୋଳି ଖେଳଟା
ଆମ ପାଇଁ କି ଜମାରୁ ଭଲ ନୁହେଁ।

∎

କୋଟି ତୀର୍ଥ ଲେନ୍
ଭୁବନେଶ୍ୱର-୨
ମୋ-୯୪୩୭୦-୧୪୩୨୨

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

31-05-2025 / 20:30:54

ବହୁତ ସୁନ୍ଦର ରଜର ମଜା ଗୀତ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion