Skip to content
ଶିଶୁ କିଶୋର

କବିତା

ପାଠପଢ଼ାର ମୂଲ

ପାଠପଢ଼ାର ମୂଲ

ବରଷେ ହେଲା
ଧରିନି ବହି
ସମୟ ଗଲା ଖେଳେ,
ପରୀକ୍ଷା ଆସି
ପାଖେଇଗଲା
ହେବ ଠିକଣା ବେଳେ।
କଳା କାଛେଣି,
କଳା କୁକୁଡ଼ା,
ନାଲି ମନ୍ଦାର ନେଇ,
ହୁକୁମ ସବୁ
ହାତେଇ ନେଲା
ଗୁଣିଆଁକୁ ସେ ଦେଇ।
ମଥାରେ ମାରି
ସିନ୍ଦୂର କଲି
କାନରେ ଖୋସି ଫୁଲ,
ଟିଆଁ ଚାଲିଲା
ପରୀକ୍ଷା ଦେବ
ହେବନି କେବେ ଭୁଲ।
ଫଳ ଯେଦିନ
ବାହାରିଗଲା
ଦେଖିଲା ନାଆଁ ନାହିଁ,
ଜାଣିଲା ସିଏ
ଗୁଣିଆଁ ପାଖେ
ଅଯଥା ଗଲା ଧାଇଁ।
ସେଦିନୁ ଆଉ
ବସିଲା ନାହିଁ
ପାଠରେ ଦେଲା ମନ,
ଶୁଖିଲା ମୁହଁ
ବଦଳିଗଲା
ଦିଶିଲା ଛନଛନ।
ଶିଖିଲା ଟିଆଁ
ଜୀବନ ପାଇଁ
ପାଠ ପଢ଼ାର ମୂଲ,
ଯାହା ବଳରେ
ଫୁଟି ବାସଇ
ଜୀବନ-ହସ-ଫୁଲ

∎
ପୁରୀ
ଫୋନ- ୮୭୬୩୩୦୨୫୦୭

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଏପ୍ରିଲ:୨୦୨୬ , ତୃତୀୟ ବର୍ଷ ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Sanjukta parichha

08-04-2026 / 10:52:24

କବିତାଟି ଭଲ ଲାଗିଲା ।

Sanjukta parichha

08-04-2026 / 10:52:23

କବିତାଟି ଭଲ ଲାଗିଲା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion