କବିତା
ଦେଖରେ ଦେଖ

ଦେଖରେ ଦେଖ
ଅଣ୍ଡାରୁ ବାହାରି ଲାଞକୁ ହଲାଇ
ପାଣିରେ ଖେଳୁଛି
ଫଅକ ଫକ।
ଲାଞ ଥିବା ଯାଏ
ପାଣିରେ ଥାଏ
ପାଣିରେ ଶୁଏ
ଲାଞ କଟିଗଲେ
ଉପରକୁ ଉଠି
ମାଟିରେ ଡିଏଁ
କହିଲ କିଏ?
୨
ଘଡଘଡି ସାଥେ ଚଡଚଡିରେ
ବରଷା ବତାସି ବେଳେ
ଚିକିମିକି ହୋଇ ହସୁରେ ଆମେ
ରହିଥାଉ ସାଥି ମେଳେ।
ଡାଳ ନାହିଁ ଆମ ପତର ନାହିଁ
ମୁଣ୍ଡ ରେ ଫଟାଉ ମାଟି
ଉଇ ହୁଙ୍କା ଆଉ ପାଳ ଗଦାରେ
ଫୁଟି ଥାଉ ଜାତି ଜାତି।
ଆଜିକ ପାଇଁ କି ଫୁଟୁରେ ଆମେ
ମଉଳି ପଡିବୁ କାଲି
ଅଳସୁଆ ପଣେ ଆଜିର କାମକୁ
ନଦିଅ କାଲିକି ଟାଳି।
∎
ନୀଳଚକ୍ର ନଗର, ଅଠରନଳା ପୁରୀ-୨ ୮୯୧୭୪୬୦୦୪୮

ଲେଖା ସମ୍ପର୍କୀୟ ମତାମତ
ଅନନ୍ତ କୁମାର ସେନାପତି
13-03-2025 / 20:46:23
କବିତା ଟି ସୁନ୍ଦର ହୋଇଛି
Dhsnanjaya swain
03-03-2025 / 16:46:15
ଅତି ସୁନ୍ଦର
ପ୍ରଶାନ୍ତ କୁମାର ଦାଶ
01-03-2025 / 20:25:24
ଅତି ଚମତ୍କାର କବିତା ଧନ୍ୟବାଦ୍ ଲେଖକ ମହାଶୟ
ଲଷ୍ମୀ କାନ୍ତ ଖୁଣ୍ଟିଆ
01-03-2025 / 11:55:47
ଦୁଇଟି ଭିନ୍ନ ସ୍ୱାଦର ପିଲାଙ୍କ କବିତା ନୂଆ ବାର୍ତ୍ତା ଦେଉଛି. ଅଭିନନ୍ଦନ ଭାଇ
କୀର୍ତ୍ତନ ସାହୁ
01-03-2025 / 10:55:25
ଭଲ ହେଇଛି ପିଲାଙ୍କ ପାଇଁ।