Skip to content
ଶିଶୁ କିଶୋର

କବିତା

ଖାତା

ଖାତା

ମୁଁ ଗୋଟିଏ ଖାତାରେ ଭାଇ
ମୁଁ ଗୋଟିଏ ଖାତା
ନାଲିଆ ନେଳି ରଙ୍ଗ ବେରଙ୍ଗେ
ମଲାଟ ମୋର ଛାପା ।୧।
କୋଠରୀ ଗାର ଧାଡ଼ି ଧାଡିକା
କେଉଁଠି ତିନି ଗାର
ନାଲିଆ ନୀଳ ଚାରି ଗାରିଆ
ନାମ ମୋ ହସ୍ତାକ୍ଷର ।୨।
ଭିତର ମୋର ସଫା ଅଟଇ
ନଥାଏ କିଛି ଚିହ୍ନ
କଲମ କାଳି ନାଲିଆ ନେଳୀ
ଲେଖ ମୋ ଦେହେ ବର୍ଣ୍ଣ ।୩।
ପାଠ ପଢ଼ୁଆ ପିଲା ଠୁ ବୁଢା
ସଭିଙ୍କ ପାଇଁ ଲୋଡ଼ା
ମୋହରି ପାଇଁ ଜୀବନ କେତେ
ହୋଇଛି ଏଠି ଗଢ଼ା ।୪।
ମୋ ଦେହେ ଯିଏ ପାରିନି ଲେଖି
ମୁରୁଖ ହୁଏ ଗଣା
ସଂସାର ହାଟେ ଚାଲିବା ପାଇଁ
ହୁଅଇ ବାଟ ବଣା ।୫।
ଲେଖି ଲେଖିକା ଶରୀରେ ମୋର
ଜିତନ୍ତି କେତେ ଗଡ଼
ଅଲୋଡ଼ା ହୋଇ ବିକିରି ହୁଏ
ପେଟ ପୋଷେ କବାଡ଼ ।୬।
ଗଢ଼ି ଅଛନ୍ତି ବିଧାତା ଯାହା
ଭୋଗିବା ଏଇ ଧାମେ
ନକରି ଉଣା ମନ ଏଇଠି
ଲାଗିବା ନିଜ କାମେ ।୭।

∎
ବସୋଇ,ପର୍ଜଙ୍ଗ,ଢେଙ୍କାନାଳ
   ଦୂର ଭାଷ-୯୭୭୬୪୫୪୮୦୦

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion