କବିତା
ହାତ ଅଟଇ ବନ୍ଧୁ

କେଡେ ସୁନ୍ଦର ମୋ ଦୁଇ ବନ୍ଧୁ
ପାଖରେ ମୋର ଥାଇ
ଯାହା ମୋ ଲୋଡା କହିଲା କ୍ଷଣି
ଦିଅନ୍ତି ସେ ଯୋଗାଇ ।
ଖାଇଲା ବେଳେ ପାଟିକୁ ସିଏ
ଖୁଆଇ ଦିଏ ଖାଦ୍ୟ
ଗୀତ ଗାଇଲେ ସେ ଦୁହେଁ ମିଶି
ବଜାଇଥାନ୍ତି ବାଦ୍ୟ ।
ଲଜ୍ଜା ବାରଣ କରିବା ପାଇଁ
ପିନ୍ଧାଇ ଦିଏ ବାସ
ଗୋରୁ ଗାଈଙ୍କ ଖାଇବା ପାଇଁ
ଯୋଗାଏ ବି ସେ ଘାସ ।
ମନର କଥା କହିଲେ ତାକୁ
ସବୁ ସେ ମାନି ନିଏ
କଲମ ଧରି ଗୀତ କବିତା
କାଗଜେ ଲେଖି ଦିଏ ।
ସ୍ଵଛ ଅସ୍ବଛ ସବୁ ସେ କରେ
ଆମରି ଇଛା ଭରେ
ଭଲ ଚାହିଁରେ ତାହାଠୁ ଆମେ
ଭଲହିଁ ସିଏ କରେ ।
ଭକତି ପାଇଁ ଗୁରୁଙ୍କୁ ସିଏ
ପ୍ରଣାମଟିଏ ଦିଏ
ତାଙ୍କରି ପରି ବନ୍ଧୁ ଜଗତେ
ନାହିଁରେ ଆଉ କିଏ ?
ସଫାସୁତରା ରଖିଲେ ତାଙ୍କୁ
ରହିବା ଆମେ ଭଲ
ଅସନା କଲେ ସଫା ନକେଲେ
ନିଜର ଶତ୍ରୁ ହେଲ |
ସେ ଦୁହେଁ ଆଉ କେ ନୁହେଁ ପିଲେ
ବାମ ତାହାଣ ହାତ
ଯେତେ କରମ ଲୋଡା ଆମର
ସବୁଥି ପାଇଁ ମିତ ।
∎
ଗୋରଡ଼ା ପାଳ, କରମୂଳ
ଢେଙ୍କାନାଳ, ଦୂରଭାଷ - ୯୯୩୮୮୦୨୪୧୨

ଲେଖା ସମ୍ପର୍କୀୟ ମତାମତ
Saraswati Behera
07-02-2025 / 14:05:51
ଅତି ସୁନ୍ଦର ମନଛୁଆଁ କବିତା
Drapada Behera
06-02-2025 / 23:12:46
Exlent
ବସିରନ୍ ବିବି
06-02-2025 / 20:55:29
ସୁନ୍ଦର ଶିଶୁ ମନଛୁଆଁ କବିତା
Ashish Mishra
04-02-2025 / 21:40:58
ମନୋମୁଗ୍ଧକର , ଚମତ୍କାର ଲିଖନୀ। କବିଙ୍କର ଦୀର୍ଘାୟୁ ଜୀବନ ସହ ଏପରି କବିତା ଅନେକ ମାତ୍ର ରେ ଆସିବା ଉଚିତ୍ ।
Jayanta Kumar Dash
04-02-2025 / 12:14:16
Shishu kabitati shikshyaniya o akarshaniya hoichhi ,