କବିତା
ରହିଯା ପରଜାପତି

ରହିଯା ପରଜାପତି
ଯାଆନା ଉଡି
ତୋ ପାଇଁ ରଖିଛି ମୁହିଁ
ଫୁଲ ସଜାଡି ।
ଝୁଡ଼ିରେ ରଖିଛି ଦେଖ
ଟଗର ହେନା
ଗେଣ୍ଡୁ ମାଳତୀ ଚମ୍ପା
ଭାରି ବାସନା
ମନ୍ଦାର ଫୁଲଟି ମୁହଁ
ନାଳିଆ କରି
ରାଗରେ ଚାହିଁଛି ତୋତେ
ଫୁଲେଇ ଭାରି ।
ଅତର ଲଗାଇ ଦେହେ
ମଧୁ ମାଳତୀ
ମଉନେ ବସିଛି ହାତେ
ଧରି ଆଳତୀ ।
ସରାଗରେ ମଲ୍ଲୀ ଫୁଲ
ସଫେଦ ପାଟ
ପିନ୍ଧି ଚାହିଁ ରହିଅଛି
ତୋହରି ବାଟ ।
ସେବତୀ ସଜାଇ ମୁହଁ
ସୁନ୍ଦର କରି
ତୋତେ ଭାବି ମନ ତାର
ଯାଉଛି ମରି ।
ରଜନୀଗନ୍ଧା ର ବାସ
ଚହଟି ଯାଏ
ତୋ ପାଇଁ କା ସାଥେ ସେହୁ
କଥା ନହୁଏ ।
ଯାଆନା ପରଜା ପତି
ଆମକୁ ଛାଡି
ଆମ ସାଥେ ତୋର ଭାବ
ହୋଇବ ଯୋଡି ।
∎
ଡିହଡୋଳ,ପରଜଙ୍ଗ,ଢେଙ୍କାନାଳ
ମୋ-୮୦୧୮୮୮୪୮୦୬

ଲେଖା ସମ୍ପର୍କୀୟ ମତାମତ
କବିଜ୍ୟୋତି ନିରଞ୍ଜନ ପତି
28-02-2025 / 12:45:16
ବହୁତ ସୁନ୍ଦର ଭାବ ବ୍ୟଞ୍ଜକ ସୃଜନଶୀଳ ସୃଷ୍ଟି। ଶିଶୁ କିଶୋର ମନଲାଖି କବିତା । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି କବି । ଜୟ ଜଗନ୍ନାଥ ।