Skip to content
ଶିଶୁ କିଶୋର

କବିତା

ଆମେ ଭାରତ ଶିଶୁ

ଆମେ ଭାରତ ଶିଶୁ

ଏଇ ମୋ ଦେଶ ଭାରତ ବୁଦ୍ଧ ଗାନ୍ଧୀଙ୍କ ଦେଶ
ସତ୍ୟ ଶାନ୍ତି ଅହିଂସା ନୀତି ଆମର ଆଦରଶ ।
ସତ୍ୟ ପଥ ରେ ଚାଲିବା ଆମେ ଦୂରେଇ ହିଂସା ବାଦ
ପିତାମାତା ଙ୍କ ପଦେ ନମିବା ଲୋଡ଼ିବା ଆଶୀର୍ବାଦ ।

ତାଙ୍କରି ଆଜ୍ଞା ପାଳନେ ସଦା ହୋଇବା ତତପର
ପଡୋଶୀ ଙ୍କର ହୋଇବା ସାହା ପଡ଼ିଲେ ଦୁଃଖ ଘୋର ।
ଘୋର ବିପଦ ପଡ଼ିବ ଯେବେ କରିବା ମନ ଟାଣ
ଧୈର୍ଯ୍ୟର ସହ ଚାଲିବା ବାଟ ଥୟରେ ରଖି ମନ ।

ମନ ଭାବନା ମହତ ହେଲେ କର୍ମର ହେବ ଜୟ
ଗୋଟିଏ ଗଛ ପୋତିକି ଦେଖ ଘେନିବ ବରାଭୟ।
ବାଡି ବଗିଚା ଦିଶେ ସୁନ୍ଦର ଥିଲେ ଗଛଙ୍କ ମେଳ
ଅଙ୍ଗାରକାମ୍ଳ ବିଷ ହରଇ ସୁଲଭ ଫୁଲଫଳ।

ଭାବନା ଆଉ ରଚନା ମଧ୍ୟେ ରହିଲେ ତାଳମେଳ
ଭାରତ ନାମ ଟେକ ରହିବ ମିଳିବ ପୁଣ୍ୟଫଳ ।
ପୁଣ୍ୟଭୂମି ମୋ ଭାରତବର୍ଷ ମୁନିଋଷୀଙ୍କ ଦେଶ
ବିଶ୍ଵଶାନ୍ତି ର ବାଟ ଦେଖାଏ ନଥାଏ ହିଂସା ଲେଶ ।

ବିଶ୍ୱବିଜୟ ବାନା ଉଡ଼ାଇ ଥିଲେ ବିବେକାନନ୍ଦ।
ବୁଲି କହିଲେ ସାରା ବିଶ୍ୱରେ ଶ୍ରେଷ୍ଠ ମାନବବାଦ।
ବିବେକ ମୂଳ କରିବା ଯେବେ କର୍ମର ହେବ ଜୟ
ତାଙ୍କ ଆଦର୍ଶ ମାନି ଚାଲିଲେ ନଥିବ ଯୁଦ୍ଧ ଭୟ।

ଆମେରେ ସବୁ ଭାରତ ଶିଶୁ ଏଇ ମୋ ପ୍ରିୟ ଦେଶ
କରି ଚାଲିବା କରମ ଯେତେ ବଢିବ ନାଆଁ ଯଶ।
∎

ନଦୁଆଁ,କେନ୍ଦୁଝର।
ମୋ-୮୯୧୭୩୭୩୧୨୮

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅଗଷ୍ଟ:୨୦୨୬ , ତୃତୀୟ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion