Skip to content
ଶିଶୁ କିଶୋର

କବିତା

ଗୀତଟିଏ ଶ୍ରମିକ ପାଇଁ

ଗୀତଟିଏ ଶ୍ରମିକ ପାଇଁ

ଦେଖିଥିବ ତୁମେ, ଦେହଟିରୁ ତା`ର
ଝାଳ ଗମଗମ ଝରେ
ଶୁଣି ନ ଥିବ ତ ଚୁପ୍ ହୋଇ କେବେ
ସିଏ ବସିଅଛି ଘରେ
ଶାରୀରିକ ଶ୍ରମ କରେ
କରୁଥାଏ ସେବା, ଦେଖି ବୁଝି ନେବା
କହିଲେ କଥା ନ ସରେ।

ଭେଟିଥିଲେ ତା`କୁ ପୋଲ କାମ ବେଳେ
ହେବାବେଳେ ଘର ଗଢ଼ା
କଥାପଦେ ତାକୁ ପଚାରି ଥାଆନ୍ତେ
କେତେ ତା`ର ପାଠପଢ଼ା
କହେନି କଥା ସେ ଚଢ଼ା
ମାଲିକ ପାଖରୁ ଖାଏ ନିତି ଗାଳି
ଶୁଣେ ଭାଷା ଭାରି କଡ଼ା।

ନୂଆ ନୂଆ କଳ ଆସିବା ଦିନରୁ
ତା ହାତରେ କାମ ନାହିଁ
ନାହିଁ ରୋଜଗାର କାମ ଆସିଯିବ
ସେ ପାଇଁ ଥାଏ ସେ ଚାହିଁ
ମଥା ଘୂରେ ଘାଇଁ ଘାଇଁ
ସିଏ ଭାବେ ଦୁଃଖୀ ସୁଖର ତପନ
ତା ଭାଗ୍ୟେ ଊଇଁବ ନାହିଁ ।

ପ୍ରଶଂସା କରନ୍ତି ସମସ୍ତେ କେତେରେ
ହେଲେ ତ ଦରଦ ନାହିଁ
ଗରିବ ହୋଇରେ ରହିଯାଏ ସିଏ
ସାରା ଜୀଵନଟି ପାଇଁ
ମଇ ଏକ କୁରେ ଚାହିଁ
ସମସ୍ତେ କହନ୍ତି ଶ୍ରମିକ ଦିବସ
ଆମେରେ ଭୁଲିଵା ନାଇଁ।
∎
        ୨୭,ମନ୍ତ୍ର ମାନୋର,ଗୋଠପାଟଣା
ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମଇ:୨୦୨୬ , ତୃତୀୟ ବର୍ଷ : ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

28-05-2026 / 20:16:47

ଭଲ ଲାଗିଲା ଶ୍ରମିକ ଭାଇ ପାଇଁ କବିତାଟି।

ମୁରଲୀଧର ବେହେରା

01-05-2026 / 19:34:34

ବରିଷ୍ଠ ସାରସ୍ବତ ସ୍ରଷ୍ଟା ଙ୍କ ଲେଖନୀ ମୁନରୁ ନିଃସୃତ କବିତା ସେଇ ମୋ ଓଡ଼ିଶା ମାଆ ପିଲାଙ୍କ ପାଇଁ ଉଦ୍ଦିଷ୍ଟ। ଖୁବ୍ ହୃଦୟସ୍ପର୍ଶି। ସାରସ୍ବତ ସାଧକ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

ଜୟକୃଷ୍ଣ ସାହୁ

01-05-2026 / 16:39:51

ଶ୍ରମ ଦିଵସ ପାଇଁ ସୁନ୍ଦର ଲେଖାଟି ପଢ଼ି ଖୁସିଲାଗିଲା। ଧନ୍ୟବାଦ ନୀଳମଣି ଵାଵୁ।

କୁଞ୍ଜବିହାରୀ ସାହୁ

01-05-2026 / 09:51:38

ସୁନ୍ଦର ଅନୁଚିନ୍ତାଟିଏ ଶ୍ରମିକ ଭାଇ ପାଇଁ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion