କବିତା
ଅଛି ବୋଲି

ଅଛିବୋଲି ଆଖି ହେଉ କେତେ ଖୁସି
ଏ ଦୁନିଆ ଦର୍ଶନରେ
ଆଖିବୁଲାଇଲେ ଦିଶେକେତେ ଦୃଶ୍ୟ
ସନ୍ତୋଷ ଜାଗେ ମନରେ I
ଅଛିବୋଲି ଆଖି ସପନ ବି ଦେଖୁ
କେବେ ଆଖି ଆଇନାରେ
ରାତି ସପନଠୁ ଭଲ ଦିନଦେଖା
ସ୍ବପ୍ନ ପୂର୍ଣ୍ଣ କରିବାରେ I
ଅଛିବୋଲି କାନ ଶୁଣୁ ଯେତେ କଥା
ଭଲକୁ ଆଦରି ନେଇ
ମନ୍ଦକଥାରେ କା` ଭଳି ଯିବା ନାଇଁ
ମନ୍ଦରେ କାନ ନଦେଇ I
ଅଛି ବୋଲି କାନ ଶୁଣିବାନି କେବେ
କାହା ଖଚ ମିଛ କଥା
ଶୁଣିବାରେ ମଜା ଶୁଣିବାରେ ତାଜା
ନୀତିବାଣୀଯୁକ୍ତ ଗାଥା I
ଅଛି ବୋଲି ହାତ କାମରେ ସତତ
ସବୁବେଳେ ରହିଥିବା
ଭଲ ଭଲ କାମ ନିଖୁଣ ଗଢ଼ଣ
ଠିକ ଠିକ କରିଯିବା I
ଅଛି ବୋଲି ହାତ ଲେଖିବାରେ ଖୁସି
ନକରିକି ମନ ଉଣା
ଗପଗୀତ ଲେଖି ଦେବାରେ ପରଷି
ଗପଗୀତ ମନଜିଣା I
ଅଛିବୋଲି ଗୋଡ଼ ଚାଲିପାରୁ ଆମେ
ଦେଖିଚାହିଁ ଖାଲଖମା
ଚାଲିବା ଉଚିତ ଚାଲିକି ଉଷତ
ଥକିବାନି କେବେ ଜମା I
ଅଛିବୋଲିଗୋଡ଼ ଦେହବୋଝଧରେ
ଠିଆହେବା ଅବସ୍ଥାରେ
ଚାଲିବା ଦୌଡ଼ିବା ଦୁଇ କାମ ହୁଏ
ଦୁଇ ଗୋଡ଼ ସାହାଯ୍ୟରେ I
ବଉଦରାଜ, ଜି. ବୌଦ୍ଧ
ମୋ.9437478466

ଲେଖା ସମ୍ପର୍କୀୟ ମତାମତ
Haripriya Pattnaik
29-05-2026 / 15:30:45
ସୁନ୍ଦର କବିତା।
ଧୀରେନ କୁମାର ମିଶ୍ର।
06-05-2026 / 12:29:06
ସ୍ରଷ୍ଟାଙ୍କର ସୁକ୍ଷ୍ମ ଅନୁଶୀଳନକୁ ଧନ୍ୟବାଦ ଓ ପ୍ରଣାମ।
ନିରୁପମା କବି
03-05-2026 / 19:02:01
ସୁନ୍ଦର କବିତା