କବିତା
ଶରତ କହୁଛି

ମୋତେ ଡାକି ଦେଲା ବର୍ଷା ନାନୀ ଗଲା
ମୁଁ ତ ଯୁବରାଜ ଶରତ,
କାଦୁଅ ହଟିଲା ବାଟ ତ ଶୁଖିଲାnbsp;
ସବୁଜିମା ହେଲା ମରତ ।
ନଦୀ ପଠା ପାଶେ କାଶତଣ୍ଡୀ ହସେ
ଚାମର ପରାଏ ଝୁଲିଲା,
ସ୍ୱଚ୍ଛ ନଦୀ ଜଳ, ପୁଷ୍କରିଣୀ ନାଳ
ନାଉରୀ ନାଆଟି ମେଲିଲା ।
ମୋ ଆସିବା ଦେଖି ଚାଷୀ ଭାଇ ସୁଖୀ
ଚାଷ କାମରେ ସେ ଲାଗିଛି,
ଲକ୍ଷେ ପୋଷା ହେବ ଦାନା ଯୋଗାଇବ
ଏଇ ଭାବ ମନେ ଜାଗିଛି ।
ଯୁଇ,ଜାଇ,ମଲ୍ଲୀ, ମାଳତୀ,ବଧୁଲୀ
ଫୁଟି ଖେଳାଉଚି ମହକ,
ମୋ ଋତୁ ସରସା ନାହିଁ ତ ବରଷା
ନାହିଁ ଶୀତ,ଖରା ଡହକ ।
ଧଳା ମେଘ ମାନ ମୋହୁଅଛି ମନ
ନିରିମଳ ଚାନ୍ଦ କିରଣ,
ନାନା ଜାତି ପର୍ବ ମେଳା ମହୋତ୍ସବ
ଜନ ମନ କରେ ହରଣ।
ଆଗକୁ ଦଶରା ଆସୁଅଛି ପରା
ମାଆ ଦୁର୍ଗା ହେବେ ପୂଜିତ,
କି` ସହର ଗ୍ରାମ ହେବ ମନୋରମ
କେଡ଼େ ବାଗେ ହୋଇ ସଜ୍ଜିତ ।
ପାଳ ଯାନି ଯାତ ହୋଇକି ମିଳିତ
ଦୂର ହେବ ଦୁଃଖ ଯାତନା,
ଏଇ କୃପା କର ଭଲ ହେଉ ନର
ମାଆଙ୍କୁ କରିବା ପ୍ରାର୍ଥନା ।
ପ୍ରଗତି ନଗର, ଅନୁଗୋଳ
ମୋ-୯୯୩୮୧୩୩୫୫୯

ଲେଖା ସମ୍ପର୍କୀୟ ମତାମତ