Skip to content
ଶିଶୁ କିଶୋର

କବିତା

ସଭିଏଁ କହିବେ ଭଲ

ସଭିଏଁ କହିବେ ଭଲ

ଜ୍ୟେଷ୍ଠ ମାସ ର ଟାଇଁ ଟାଇଁ ଖରା
କାଢ଼ିହୁଏ ନାହିଁ ପଦା କୁ ଗୋଡ଼
ଖରା ର ତେଜ ରେ ଗମ ଗମ ହୋଇ
ଦେହ ରୁ ତୁମର ବହଇ ଝାଳ।

ଖରା ର ତେଜ ରେ ବଢ଼ି ଯାଇଥାଏ
ଯେତେବେଳେ ଅଂଶୁଘାତ ର ଭୟ
ସେତେବେଳେ କିନ୍ତୁ ତୁମେ ସବୁ ଆସି
ନିଅନି କି ମୋ ପାଖରେ ଆଶ୍ରୟ?

ଆଷାଢ଼ ଶ୍ରାବଣେ ଝର ଝର ହୋଇ
ଝରି ପଡ଼େ ଯେବେ ବରଷା ଧାରା
ସ୍କୁଲ୍ ରୁ ଘର କୁ ଆସିବା ବେଳ କୁ
କରନି କି ତୁମେ ମୋତେ ଆଶରା

ଜଳ ନିରୋଧକ ବହଳ କନା ରେ
ହୋଇଥାଏ ଦେହ ଛାଉଣୀ ମୋର
ତାକୁ କେଭେଁ ଭେଦ କରିପାରେ ନାହିଁ
ଟାଣୁଆ ଖରା କି ବରଷା ଧାର।

ବିଭିନ୍ନ ରଙ୍ଗ ର ଛାଉଣୀ ମୋହର
କଳା, ଧଳା, ନୀଳ, ସବୁଜ, ନାଲି
ଅଥବା ବିଭିନ୍ନ ରଂଗ ମିଶି କରି
ମନେ ହୁଏ ଇନ୍ଦ୍ରଧନୁ ଟି ଭଳି।

ତୁମେ ମାନେ ନିଶ୍ଚେ ଚିହ୍ନି ପାରିବଣି
ନାଆଁ ଟି ଅଟଇ ଛତା ମୋହର
ଅପର ର ହିତ କରିଲେ ନିଶ୍ଚିତ
ସଭିଏଁ କହିବେ ତୁମ କୁ ଭଲ।
∎
ମଣ୍ଡୁଆ,କେନ୍ଦୁଝର ଗଡ
ମୋ – ୯୪୩୭୭୫୧୩୯୫

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଉମାକାନ୍ତ ବେହେରା

30-06-2026 / 16:11:38

ଉତ୍କଣ୍ଠାରେ ଭରପୁର l ପିଲାଙ୍କ ଆଗ୍ରହ ବଢିବ l

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion