କବିତା
ହୋଲିଗୀତ ମନଲାଖି

ବରଷକେ ଥରେ ଆସିଚିରେ ହୋଲି
ଇନ୍ଦ୍ରଧନୁ ରଙ୍ଗ ମାଖି
ଦଳଦଳ ପିଲେ ଗାଇ ବୁଲୁଚନ୍ତି
ହୋଲିଗୀତ ମନଲାଖି ।
ହସ-ଖୁସି ,ସ୍ନେହ-ପୀରତି ବରଷା
ଝରଇ ମୁକୁତା ଭଳି
ନୀଳ ହଳଦିଆ ଗୋଲାପି ଅବିର
ଲାଲରଙ୍ଗ ଫଗୁ ହୋଲି ।
କାହା ହାତେ ଶୋହେ ରଙ୍ଗ ପିଚକାରି
କିଏ ବୋଳେ ରଙ୍ଗ ଅଙ୍ଗେ
ହୋଲିରେ ପିଲାଏ ମଉଜ କରନ୍ତି
ମେଳି ହୋଇ ଏକସଙ୍ଗେ ।
ଭୁଲିଯାଅ ପିଲେ ବଇରୀ ଭାବନା
ମନୁ ତଡି ଈର୍ଷା ହିଂସା
ଝରୁଥାଉ ତୁଣ୍ଡୁ ମଧୁର ବଚନ
ପୋଛିଦେଇ ରାଗ-ରୁଷା ।
ସଭିଙ୍କ ତୁଣ୍ଡରେ ଭାଇଚାରା ମନ୍ତ୍ର
ସିନିହ ସରାଗ ମଧୁ
ଫଗୁରଙ୍ଗ ନେଇ ହୋଲିର ପୀୟୂଷ
ଝରୁଥାଉ ବିନ୍ଦୁ ବିନ୍ଦୁ ।
ମୋ - ୯୪୩୮୩୩୨୧୩୮

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
03-03-2026 / 19:45:01
ଭଲଲାଗିଲା ହୋଲିର କବିତା। ଧନ୍ୟବାଦ।
ମୋହନ କୁମାର ସ୍ୱାଇଁ
02-03-2026 / 18:07:51
ଭଲ ଲାଗିଲା
ଜୟକୃଷ୍ଣ ସାହୁ
02-03-2026 / 14:14:49
ହୋଲି ପାଇଁ ସୁନ୍ଦର କଵିତାଟିଏ। ଧନ୍ୟବାଦ।
Sanjukta parichha
02-03-2026 / 13:11:55
ହୋଲି ଉପରେ ସୁନ୍ଦର କବିତାଟିଏ ।