Skip to content
ଶିଶୁ କିଶୋର

କବିତା

ଜୀବନରେ ହୁଅ ସୁଖୀ

ଜୀବନରେ ହୁଅ ସୁଖୀ

ଆଗକୁ ଆସୁଛି ବାର୍ଷିକ ପରୀକ୍ଷା
ମନଦେଇ ପାଠ ପଢ଼
ବଡ଼ନୁହେଁ, ଭଲମଣିଷ ହେବାକୁ
ନିଜକୁ ଯତନେ ଗଢ଼।
ସଵୁ ବିଷୟକୁ ଧ୍ୟାନ ଦିଅ ତୁମେ
ହୁଅ ନାହିଁ ତର ତର
ତର ତର ହୋଇ କିଛି କର ନାହିଁ
କଲେ ହେଵ ହରବର।
ଯାହା ନ ବୁଝିଛ ବୁଝିବା ପାଇଁକି
ଗୁରୁଙ୍କ ସାହାଯ୍ୟ ନିଅ
ନ ଘୋଷି, ବୁଝିକି ଭଲ ପଢ଼ି ତୁମେ
ସତ ପରିଚୟ ଦିଅ।
ବେଶୀ ରାତିଯାଏ ଉଜାଗର ରହି
ଶରୀରେ ନ ଦିଅ ପୀଡ଼ା
ପୀଡ଼ା ଦେଇ ନିଜ ଶରୀର ଗଢିଲେ
ପାଠ ହେଵ ହାତଛଡା।
ବର୍ଷ ଆରମ୍ଭରୁ ମାମା କଥା ମାନି
ପଢ଼ିଥିଲେ ନିତି ପାଠ
ପରୀକ୍ଷା ଵେଳକୁ କେଵେହେଲେ ପାଠ
ଦେଵନି ତୁମକୁ କଷ୍ଟ।
ପରୀକ୍ଷା ରେ ତୁମେ ପ୍ରଶ୍ନ ପତ୍ର ପାଇ
ସହଯେ ଉତ୍ତର ଦେବ
ଫଳ ବାହାରିଲା ବେଳକୁ ତୁମର
ମନ ଖୁସି ହୋଇଯିବ
ମୋର କଥା ତୁମେ ରଖି,
ସହଜେ ଆଗକୁ ବଢିବ ନିଶ୍ଚୟ
ଜୀବନରେ ହୋଇ ସୁଖୀ।
∎
ମୋବାଇଲ -9937092397.

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମାର୍ଚ୍ଚ:୨୦୨୬ , ତୃତୀୟ ବର୍ଷ : ତୃତୀୟ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

02-03-2026 / 18:06:08

ଭଲ କବିତାଟିଏ ପିଲାଙ୍କ ପାଇଁ

Sanjukta parichha

02-03-2026 / 13:14:24

ଭଲ କବିତାଟିଏ । ପିଲାଙ୍କୁ ବାଟ ଦେଖାଇବ ।

Sanjukta parichha

02-03-2026 / 13:14:24

ଭଲ କବିତାଟିଏ । ପିଲାଙ୍କୁ ବାଟ ଦେଖାଇବ ।

ଜୟକୃଷ୍ଣ ସାହୁ

01-03-2026 / 17:44:59

ଅଧ୍ୟାପକ ଶରତ କୁମାର ଦାସ ଏଵଂ ଦୀନଵନ୍ଧୁ ପୋଇ ମହୋଦୟଙ୍କୁ ତାଙ୍କର ମତାମତ ପାଇଁ ଅନେକ ଅନେକ ଧନ୍ୟବାଦ।

ଦୀନବନ୍ଧୁ ପୋଇ

01-03-2026 / 15:21:27

ଭଲ ଶିକ୍ଷଣୀୟ, ହେଲେ ପିଲାଙ୍କୁ ଏ କବିତା ପାଇଁ ସଚେତନ କରିବା ଆମର କାମ , ଶୁଭେଚ୍ଛା ଓ ଅଭିନନ୍ଦନ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion