କବିତା
ଅଙ୍କାବଙ୍କା

ଅଙ୍କାବଙ୍କା ଦିଶେ ଗାଆଁ ବାଟ ଆମ
ଅଙ୍କାବଙ୍କା ଗାଆଁ ନଈ ।
ଅଙ୍କାବଙ୍କା ହୋଇ ଧୂଆଁ ଉଠୁଥାଏ
ସଞ୍ଜ ଆସେ ଯେବେ ନଇଁ ।।
ଅଙ୍କାବଙ୍କା ହୋଇ ସାପ ଚାଲୁଥାଏ
ଅରମା ଜଙ୍ଗଲ ମାଡ଼ି ।
ଅଜାଙ୍କର ପାଦ ଅଙ୍କାବଙ୍କା ପଡ଼େ
ହାତରେ ନଥିଲେ ବାଡ଼ି ।।
ଦୂର ପାହାଡ଼ ବି ଅଙ୍କାବଙ୍କା ଦିଶେ
ଦିଶେ ପୁଣି ମନଲୋଭା ।
ଅଙ୍କାବଙ୍କା ହୋଇ ଜାତି ଜାତି ଲତା
ବଢ଼ାଏ ଗାଆଁର ଶୋଭା ।।
∎
ଭାରତୀ କୁଟୀର
ଡୁଙ୍ଗୁରିପାଲି -767023
ସୁବର୍ଣ୍ଣପୁର
Mob . 9437640316

ଲେଖା ସମ୍ପର୍କୀୟ ମତାମତ