କବିତା
ଆମରି ଆଈ

ନାତି ନାତୁଣୀଏ ଆସିବେ ବୋଲି
ସିନେହ ଦୁଆର ଦେଇଛି ଖୋଲି,
ସକାଳୁ ପହରୁ ଲାଗୁନି ମନ
ତା `ଖୁସିରେ ଥାଏ ଲକ୍ଷେ ରତନ ।
କ୍ଷୀରି, ପିଠା, ମିଠା ରଖିଛି କରି
ଗପ ଶୁଣାଇବ ଆଦର ଭରି,
କେତେ ଖୁସି ତା`ର ମାପି ହୁଏନି
ଆମେ ନ ଖାଇଲେ କେବେ ଖାଏନି ।
ବେଳ ବୁଡିଗଲେ ଠାକୁର ଘରେ
ଦୀପ, ଧୂପ ଜାଳି ମନାସି କରେ,
ଅଜା ପାଇଁ ନିତି କରଇ ଯାହା
ତା `ହାତ ତିଆରି କି ମଜା ଆହାଃ ।
ଆମ ଖୁସି ରେ ସେ ହୁଅଇ ଖୁସି
ଯେତେ ଦୂରେ ଥିଲେ ଯାଉଛି ଦିଶି,
ଅଝଟ ହୋଇଲେ କୋଳକୁ ନେଇ
ବୁଝାଇ ଦିଅନ୍ତି କାହାଣୀ କହି ।
ଆଈର ଘରଟି ଭୁବନେଶ୍ୱର
ଏଠାରୁ ଚାରିଶହ କିଲୋମିଟର,
ଫୋନ ବାଜିଲା ଘନ କୁ ଘନ
ପଚାରିଲେ ଆଈ ଗେଲ୍ହେଇ ଗେଲ୍ହେଇ
କେତେ ଦୂର ହେଲ ରଙ୍କରତନ ।
କହିଲି ଆଈ,
ଆମେ ବି ଭାବୁଛୁ ତୋହରି ପାଇଁ
ପହଞ୍ଚିବୁ ଯାଇ ଚାରିଟା ବେଳେ
ଯେତେ ଥକ୍କା ଆମ ମେଣ୍ଟିଯିବ ଆଜି
ବସିଗଲେ ଥରେ ତୋହରି କୋଳେ ।
ହସିଲା ଆଈ
ତା `ହସରେ ଥିଲା କୋଟିଏ ସରାଗ
ଯାହା କେଉଁଠି ବି ମିଳଇ ନାହିଁ .।
∎
ବାଣ୍ଠୁପଡା, ରେଲୱେ ସାଇଡିଙ୍ଗ ଏରିଆ, ରାଜଗାଙ୍ଗପୁର
ସୁନ୍ଦରଗଡ଼ । ଫୋନ 7008304225

ଲେଖା ସମ୍ପର୍କୀୟ ମତାମତ