କବିତା
ରଜ ମଉଜ

ଦେଖରେ ଦେଖ ବରଷେ ପରେ
ଆସିଛି ଏବେ ରଜ ,
ରହିବ ଜମା ତିନୋଟି ଦିନ
ହୋଇବା ଚାଲ ସଜ ।
କଲେଣି ମାଆ କାକରା ମଣ୍ଡା
ଆରିସା ,ଲଡୁ ,ମିଠା ,
ଆହୁରି ସିଏ କରିବେ ପୁଣି
ସୁଆଦ ପୋଡପିଠା ।
ଆମ୍ବ,ପଣସ,ସପୁରୀ,ତାଳ
କଦଳୀ,ନାରୀକେଳ,
ତୋଳାଇ ବାପା ରଖି ଦେଲେଣି
ପରେ ହେବନି ବେଳ ।
ତା`ସାଥେ ଆଣି ଥୋଇ ଅଛନ୍ତି
ଜାତି ଜାତିକା କୋଳି ,
ବାରିପଟର ଆମ୍ବ ଗଛରେ
ବାନ୍ଧିଦେଲେଣି ଦୋଳି ।
ଆସରେ ଆସ ଟିକିଲି ,ମୁନା
ରାମୁଲୁ,କୁନି,ରାଜା ,
ରଜରେ ନୂଆ ପୋଷାକ ପିନ୍ଧି
କରିବା ଆମେ ମଜା ।
ଖେଳିବା ଦୋଳି ଖାଇବା ପିଠା
ଖାଇବା ରଜପାନ ,
ଆମ ଓଡିଆ ପରବ `ରଜ`
ପାଳିବା ତିନି ଦିନ ।
∎
ନୀଳାଦ୍ରି ବିହାର
ଭୁବନେଶ୍ୱର - ୨୧ ।

ଲେଖା ସମ୍ପର୍କୀୟ ମତାମତ
କୁଞ୍ଜବିହାରୀ ସାହୁ
01-07-2024 / 16:23:57
ରଜ ପର୍ବର ମହାନତାକୁ ଲେଖାଯାଇଛି। ନିଆରା ସ୍ୱାଦ ଥିଲେ ଉଚ୍ଚକୋଟୀର ହେଇଥାନ୍ତା ।ଶୁଭକାମନା ଜଣାଉଛି ।
ଧ୍ରୁବ ଚରଣ ଘିବେଲା
01-07-2024 / 12:10:21
ରଜ କବିତା ଭଲ ହୋଇଛି