Skip to content
ଶିଶୁ କିଶୋର

କବିତା

ନଉକା ମୁହିଁ

ନଉକା ମୁହିଁ

ନଉକା ମୁହିଁ ପାଣିରେ ଭାସେ
ଟାଣୁଆ କ।ଠେ ତିଆରି,
ନଦୀ ହ୍ରଦରେ ବୋହି ଜିନିଷ
ମଣିଷକୁ କରେ ପାରି ।
ମଝି ଅଂଶଟି ଓସାରିଆ ଯେ
ଶେଷ ଅଣଓସାରିଆ,
ଚଳାଇବା ଲୋକଟି ପର।
ନାମ ବହି ନାଉରିଆ ।
ପୂରୁବ କାଲେ ମୋ ଦେହେ ବସି
ଦୂର ଦେଶକୁ ପାରି,
ଜାଭା ,ସୁମାତ୍ରା, ବୋର୍ଣିଓ କେତେ
ଦ୍ଵିପେ ବାଣିଜ୍ୟ ସାରି।
ଆଜିକାଲିକା ବିଜ୍ଞାନ ଯୁଗେ
ମଣିଷ ଯନ୍ତ୍ର ସାଜି,
ବୋଟ୍,ଜାହାଜ,ମୋଟର,ଲଞ୍ଚ
ଘଡିକେ ଘୋଡ଼ା ଛୁଟି।
ହଜାର ହଜାର ମାଇଲି ଯାତ୍ରା
କରୁଛି ନିମିଷକେ,
ହେଲେ ବି ମୋତେ ଭାରି ଆଦର
ମଣିଷ ନଜର ରଖେ ।
ଛୋଟ ହେଲେ ବି ସବୁଦିନିଆ
କର୍ତ୍ତବ୍ୟ କରି ଚାଲ,
ନଉକା ମୁହିଁ ବସୁଧା ପରି
ସହିବା ଗୁଣ ଭଲ ।

∎
(ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ)
ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ,ପୁରୀ ସଦର ବ୍ଲକ୍,
ପୁରୀ ।

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁଲାଇ:୨୦୨୪ , ପ୍ରଥମ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Gagan bihari patra

02-07-2024 / 09:54:33

Sarala bhasa,sundar kabita

ଧ୍ରୁବ ଚରଣ ଘିବେଲା

01-07-2024 / 12:28:27

ସୁଖପାଠ୍ୟ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion