Skip to content
ଶିଶୁ କିଶୋର

କବିତା

ସମୁଦ୍ରକୂଳ କିଏ ସେ ଯିବ

ସମୁଦ୍ରକୂଳ କିଏ ସେ ଯିବ

ସମୁଦ୍ରକୂଳ କିଏ ସେ ଯିବ
ଆସରେ ଭାଇ ଆସ ।
ଓଟ ବୁଲୁଛି ମାଲିକ ସାଥେ
ତା `ଉପରେ ବସ ॥
ଓଟ ପିଠିରେ ବସିଲେ ଥରେ
କେମିତି ହେବ ମଜା ।
ଝୁଲିଝୁଲିକା ଚାଲିବ ସିଏ
ଆମେ ସତେ କି ରଜା ! ॥
ବାଲିକଙ୍କଡ଼ା ଭାରି ତରକା
ଦେଖିଲେ ଲୁଚି ଯିବ ।
ଧରିବା ପାଇଁ ପାଣି ପାଖରେ
ବେଳ ତ ବୁଡ଼ିଯିବ ॥
ନାଇଁରେ ବାବା ନାଇଁ,
ଦେଖୁନ କେଡ଼େ ଲହରୀ ଆସେ
ମୋତେ ଟାଣିବା ପାଇଁ ! ॥
∎
ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ
ଶହୀଦନଗର, ଭୁବନେଶ୍ୱର --7
ଭ୍ରାମ୍ୟ ଭାଷ :6372915418

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମାର୍ଚ :୨୦୨୪ , ପ୍ରଥମ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Jayakrushna Sahu

19-03-2024 / 19:48:24

ସମୁଦ୍ର କୂଳକୁ ଵୁଲି ଯିବା ପାଇଁ ଭାରି ଇଚ୍ଛା ହୁଏ ଭାଇ ଓଟର ପିଠିରେ ଵସିଵାକୁ ମନ ହୁଏ ମୋର ହାଇଁପାଇଁ ନେଵ କି ବୁଲାଇ ମୋତେ, ଵୁଲି ବୁଲି ଧରି ଆଣିଦେଵି ବାଲି କଙ୍କଡ଼ାରୁ କେତେ। ଲକ୍ଷ୍ମୀକାନ୍ତ ଭାଇ କଵିତାଟି ଵଢ଼ିଆ ହୋଇଛି। ଧନ୍ୟବାଦ୍। ଜୟୀ ଭାଇ।

ବୃନ୍ଦାବନ କୁମ୍ଭାର

04-03-2024 / 12:42:37

ଅତିସୁନ୍ଦର ପିଲାଙ୍କ ପାଇଁ ଭଲ କବିତା

Sulekha Samantaray

01-03-2024 / 22:46:28

ସୁନ୍ଦର କବିତାରେ ଶେଷ ତିନି ଧାଡ଼ି ପିଲାଟିର ଭୟକୁ ସୂଚାଉଛି ବୋଧେ। ଏହା ନଥିଲେ ଚଳିଥାନ୍ତା।

ଲଳିତ କୁମାର ଖୁଣ୍ଟିଆ

01-03-2024 / 18:50:35

ଲେଖା ଟି ପିଲାମାଙ୍କ ମନକୁ ଛୁଇଁଲା ଭଳି ହୋଇଛି.

ନିରଞ୍ଜନ ପତି

01-03-2024 / 18:33:37

ବହୁତ ବଢିଆ କବିତା। ଶିଶୁ କିଶୋର ମନଲାଖି। ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ଭାଇ। ଜୟ ଜଗନ୍ନାଥ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion