କବିତା
ମାଆ ପରି ମାଉସୀ

କାରି ମା` ମାଉସୀ ବୁଢୀ ହେଲା ଆସି
ନଇଁ ପଡ଼ିଲାଣି ଅଣ୍ଟା ତାହାର,
ଏଇ ବୟସରେ ସବୁ କାମ କରେ
ସହି ପାରେ ନାହିଁ ଦୁଃଖ କାହାର ।
ପ୍ରତିଟି ରାତିରେ ମଉସା ପାଦରେ
ରାଶିତେଲ ଘଷି ଦିଏ ଆଦରେ,
ସବା ପଛେ ଖାଏ ପଛରେ ସେ ଶୁଏ
ସବୁ ଶୋଇଗଲା ପରେ ନିଦରେ ।
ନାତି, ନାତୁଣୀ ଙ୍କ ଶୁଣି ଆଈ ଡାକ
ହୋଇଥାଏ କେତେ ଖୁସି ସତରେ,
ବନ୍ଧୁ ଡାକିଥାଏ ରାନ୍ଧିକି ଖୁଆଏ
ଖୁସି ହୋଇ ଗାଆଁ ମେଳା ଯାତରେ ।
ନମ କଲେ କିଏ ଚୁମା ଟିଏ ଦିଏ
ହସିଥାଏ ଲୋଚା ଚମ ମୁହଁ ରେ,
ପିଲାଙ୍କର ଅଳି ଯାଏ ସେ ସମ୍ଭାଳି
ମାଉସୀଙ୍କ ପରି କେହି ନୁହଁରେ ।
ଶାଗ ମୁଗ ଯେତେ ଯୋଗାଡେ ସେ କେତେ
ଯାହାକରେ ସବୁ ନଇଁ ନଇଁକା,
ତା` ବୟସ ବେଳେ କାମ କରେ ହେଳେ
ପାଇଟି କରଇ ଧାଇଁ ଧାଇଁକା ।
ତା` ସେନେହ ପାଇ ଖୁସି ହୁଏ ମୁହିଁ
ଦୀର୍ଘାୟୁ ହେଉ ସେ ଆମ ମାଉସୀ,
ମାଆ ପରି ସିଏ ଭୁଲିବ ବା କିଏ
ଦୁଃଖ ବେଳେ ମୁଣ୍ଡ ଦିଏ ଆଉଁସି ।
∎
ସମ୍ପାଦକ, ମଧୁମାଳତୀ
ଗାନ୍ଧୀ ମାର୍ଗ, ଅନୁଗୋଳ
ମୋ-୯୯୩୮୧୩୩୫୫୯

ଲେଖା ସମ୍ପର୍କୀୟ ମତାମତ
ନିରଞ୍ଜନ ପତି
01-12-2024 / 22:04:29
ଜୟକୃଷ୍ଣ ଭାଇ ନମସ୍ତେ, ଆପଣଙ୍କର ଆଶୀର୍ବାଦ ସର୍ବଦା ଏମିତି ଥାଉ। ଗଠନ ମୂଳକ ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ଅର୍ପଣ କରୁଛି। ଜୟ ଜଗନ୍ନାଥ।
ଜୟକୃଷ୍ଣ ସାହୁ
01-12-2024 / 11:13:14
କଥାରେ ଅଛି, ମାଆ ମରିଗଲେ ମାଉସୀ ଥିବ ଵାପ ମରିଗଲେ ପିଉସୀ ଥିବ। କବିତାଟି ଭଲଲାଗିଲା। କବିଙ୍କୁ ଧନ୍ୟବାଦ।