କବିତା
ରାଶିଲଡୁ

ଅତି ଯତନରେ ଜେଜେମା ଆମର
ଗଢୁଥିଲେ ରାଶି ଲଡ଼ୁ
ପାଖେ ଠିଆ ହୋଇ ଦେଖୁଥିଲା ସବୁ
ନାତିଆ ତାଙ୍କର ଗୁଡ଼ୁ ।
କହେ ଜେଜେମା କାହା ପାଇଁ ଲଡୁ
ଏତେ ସୁନ୍ଦରିଆ ଗଢୁ
ଖାଇବାକୁ ମନ ହେଉଛି ମୋହର
ଗୋଟାଏ ପାଟିରେ ପଡ଼ୁ ।
ତୁମ ପାଇଁ ପରା ଗଢୁଅଛି ମୁହିଁ
କାହିଁ ପାଇଁ ଏତେ ରଡ଼ୁ
ଗଣେଶ ଚତୁର୍ଥୀ ପାଖେଇ ଆସୁଛି
ପୂଜା କଥା ମନେ ପଡୁ ।
ବିଦ୍ୟ ବୁଦ୍ଧିଦାତା ଗଣେଶ ଦେବତା
ଆଶିଷ ତୋ ଠାରେ ପଡ଼ୁ
ହୋଇବ ପ୍ରସାଦ ତାଙ୍କରି ପୂଜାରେ
ଅତି ପ୍ରିୟ ରାଶି ଲଡୁ ।
କଦଳୀ,ନଡ଼ିଆ କରିଛି ଯୋଗାଡ଼
ଧୂପ ,ଦୀପ ,ଦାନି ଗଡ଼ୁ
ଦୁବ, ବରକୋଳି ରଖିଛି କାକୁଡ଼ି
ସଙ୍ଗେ ନେବ ରାଶି ଲଡ଼ୁ ।
∎
ବସୋଇ,ପରଜଙ୍ଗ,ଢେଙ୍କାନାଳ
ଦୂରଭାଷ-୯୭୭୬୪୫୪୮୦୦

ଲେଖା ସମ୍ପର୍କୀୟ ମତାମତ
ଶରତ କୁମାରୀ ସ୍ଵାଇଁ
04-12-2024 / 19:04:51
ରାଶିଲଡୁ ବହୁତ ବଢ଼ିଆ ଲାଗିଲା। କବିଙ୍କୁ ଆନ୍ତରିକ ଧନ୍ୟବାଦ।