Skip to content
ଶିଶୁ କିଶୋର

କବିତା

ନଇଁଯାଏ ମୋର ମଥାଟି

ନଇଁଯାଏ  ମୋର ମଥାଟି

ମାଆ କହିଥିଲେ ଯେତେ ଦୁଃଖ ଆସୁ
ଆତୁର ହେବୁନି ଧନ ରେ,
ଅଧରରେ ସଦା ହସ ଭରିଥିବୁ
ସାହସ ଧରିବୁ ମନରେ।
ବିପଦ ବେଳରେ କାତର ନ ହୋଇ
ସହନ ଶକତି ରଖିବୁ,
ସମୟ ସୁଅରେ ସକଳ ବିପତ୍ତି
ଟଳିଯିବ ଦିନେ ଦେଖିବୁ।
ଦୁଃଖ ପରେ ସୁଖ ବିଧାତା ଭିଆଣ
ଏକ ପରେ ଆନ ଆସଇ,
ପୂନେଇଁ ଆଲୁଅ ଧରାରୁ ଯେମିତି
ଉଆଁସ କାଳିମା ନାଶଇ।
କଷଣ ଅଟଇ କଷଟିପଥର
ପରଖେ ମନର ଶକତି,
ସବୁ କଷଣ ତୁ ପାରି ହୋଇଯିବୁ
ମନେ ଥିଲେ ବିଭୁ ଭକତି।
ଏବେ ବି ବିପଦେ ମନେ ପଡ଼ିଗଲେ
ମାଆଙ୍କର ସେଇ କଥାଟି,
ମନୋବଳ ବଢ଼େ ମାଆଙ୍କ ଚରଣେ
ନଇଁଯାଏ ମୋର ମଥାଟି।

`କଳ୍ପକୁଟୀର`, ରମ୍ଭିଳା, ଭଦ୍ରକ-୭୫୬୧୧୧ ଫୋ:୯୮୬୮୮୦୫୯୯୬

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଫେବୃଆରୀ:୨୦୨୪ , ପ୍ରଥମ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

04-02-2024 / 16:29:35

ସାର୍ଥକ ସୃଷ୍ଟି ପାଇଁ ଶ୍ରଷ୍ଟାଙ୍କୁ ବହୁତ ବହୁତ ଧନ୍ୟବାଦ୍।

ତପନ କୁମାର ସ୍ବାଇଁ

01-02-2024 / 14:44:08

ଖୁବ୍ ବଢିଆ ଶିକ୍ଷଣୀୟ ହୋଇଛି

ଦେବେନ୍ଦ୍ର ଚୌଧୁରୀ

29-01-2024 / 13:27:25

ଅତୁଳନୀୟ ସୃଷ୍ଟି । ସ୍ରଷ୍ଟାଙ୍କୁ ଅନ୍ତରର ଶୁଭେଚ୍ଛା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion