କବିତା
କହିଲେ ହେବ ସୁନା ପିଲା

ପିଲାଏ ଶୁଣ କହୁଛି ପୁଣ
ଗୀତରେ ଗପ ତୁମକୁ
ଥିଲା ଗୋଟିଏ ବୁଢୀ ମାଉସୀ
ନିତି ଆସୁଥିଲା ହାଟକୁ ।
ବାରିର ତାର ପନି ପରିବା
ନିଇତି ତୋଲୁଥିଲା
ସେଇ ସବୁକୁ ବୋଝରେ ଧରି
ହାଟକୁ ଆସୁଥିଲା ।
ଜହ୍ନି କାକୁଡି ଭେଣ୍ଡି କଲରା
ଗୋଟିଏ ଦିନ ଆଣି
ଆଖାଟେ ପାରି ରଖିଲା ସବୁ
ମନ ଖୁସିରେ ପୁଣି ।
ପ୍ରତି ପରିବା ତିନି ଭାଗରେ
ସଜାଇ ଦେଲା ଥୋଇ
ଭାଗ ଦଅଶ ଆସ ଗରାଖ
ଡାକ ଛାଡ଼ିଲା ସେହି ।
କହିଲ ପିଲେ ସବୁ ପରିବା
କେତୋଟି ଭାଗ ହେଲା
କେତେ ଟଙ୍କାରେ ବୁଢୀ ମାଉସୀ
ସବୁ କୁ ବିକି ଥିଲା ।
ଯିଏ କହିବ ସାବାସି ନେବ
ସୁନା ପିଲା ସେ ହେବ
ବାଦାମ ଟୀକା ସେଇ ମାନଙ୍କୁ
ଗୋଟେ ବେଶି ମିଳିବ ।
∎

ଲେଖା ସମ୍ପର୍କୀୟ ମତାମତ
Haripriya Pattnaik
29-05-2026 / 16:00:58
ଭଲ ହେଇଛି କବିତାଟି।ବାର ଭାଗ ପରିବା। ଭାଗକୁ ଦଶ (ଟଙ୍କା ନା ପଇସା) ହେଲେ ପରିବା ମୂଲ୍ୟ ଶହେ କୋଡ଼ିଏ (ଟଙ୍କା )ହେବ।
Paurnamasi Devi
01-05-2026 / 22:28:31
ଏଇ ଶିଶୁ କବିତାଟି ପଢି ଦୟାକରି ନିଜ ନିଜର ମତାମତ ଦିଅନ୍ତୁ । ଯାହା ଫଳରେ ମୁଁ ଲେଖା ବିଷୟରେ ଭବିଷ୍ୟତ ରେ ସଜାଗ ହୋଇ ପାରିବି ।