କବିତା
ଗ୍ରୀଷମ

ଗ୍ରୀଷମ ପ୍ରବାହ ତାତି
ଖ ଇଫୁଟେ ଧରା ମେଳାଇ ପସରା
ମିଳେନି ଜୀବନେ ଶାନ୍ତି।
ଜନଶୂନ୍ୟ ହୁଏ ପଥ
ଦହି ସରବତ ଲୋଡାହୁଏ ନିତ୍ୟ
ଥଣ୍ଡା ବରଫରେ ଜାତ।
ଗୋଡ଼ରେ ଚପଲ ପିନ୍ଧି
ହାତେ ପାଣି ବୋତଲ,ଦିଶେ ବିମଳ
ମୁଣ୍ଡରେ ପଗଡ଼ି ବାନ୍ଧି।
ଜରୁରୀ କାମ ରେ ଯିବା
ସଜାଗ ହୋଇକି ଯାତରା କରିଲେ
ବିପଦ ଏଡାଇ ଦେବା।
ଜନ ଜାଗରଣ ହୋଇ
ସ୍ଥାନେ ସ୍ଥାନେ ପୁଣି,ଦିଆ ହୁଏ ପାଣି
ତୃଷା ନିବାରଣ ପାଇଁ।
ପିଲା ଠାରୁ ବୁଢ଼ା ଯେତେ
ସଚେତନ ହେଲେ,ସଦା ସୁଖମିଳ
କାମ ଧେନୁ ହେବ ମର୍ତ୍ତେ।
∎
ଟିଟିଲାଗଡ଼ ବଲାଙ୍ଗୀର

ଲେଖା ସମ୍ପର୍କୀୟ ମତାମତ
Haripriya Pattnaik
29-05-2026 / 15:47:04
ଭଲଲାଗିଲା କବିତାଟି।