କବିତା
ଆରବ୍ ପାଇଁ ନାନାବାୟା

ଆ`ରେ ମାଛ ଆ`
ଆରବ୍ କୁ ତୁ ଚିତିପହଁରା
ଶିଖେଇ ଦେଇ ଯା`
ଠିଆପହଁରା ଶିଖୁ
ପାଣି ଚବରଚବର କରି
ସାଙ୍ଗମାନଙ୍କୁ ଡାକୁ।
ଧରି ଜେଜେଙ୍କ ହାତ
ପହଁରୁଥିଲେ ଭୟଫୟ ତ
ରହିବ ନାହିଁ ସତ
ମିହିର ସେନ୍ ପରି
ରଖିବ ଦିନେ ନାଆଁଟି ସିଏ
ସନ୍ତରଣ କରି।
ଆ`ରେ ମାଛ ଆ`
ଆଉ ରହିଲେ ତା ସାଙ୍ଗ ଯେତେ
ଶିଖେଇ ଦେଇ ଯା`
ସେ ଯେବେ ବଡ଼ ହେବେ
ଦେଶ ପାଇଁଟି ସନ୍ତରଣରେ
ପଦକ ଆଣିଦେବେ।
∎
୨୭,ମନ୍ତ୍ର ମାନୋର,ଗୋଠପାଟଣା
ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭

ଲେଖା ସମ୍ପର୍କୀୟ ମତାମତ
ଡ. ବିଜୟା ପାତ୍ର
21-12-2024 / 16:17:14
ଏକ ଭିନ୍ନ ସ୍ବାଦର ଲେଖା। ଭଲ ଲାଗିଲା।
ଜୟକୃଷ୍ଣ ସାହୁ
01-12-2024 / 11:21:23
ଜେଜେ ନାତିକୁ ଏକ ନମ୍ବର ପହଁରାଳି କରି ମିହିର ସେନାକୁ ପଟେଇ ଦିଅନ୍ତୁ। ଭଲଲାଗିଲା। ଧନ୍ୟବାଦ।