Skip to content
ଶିଶୁ କିଶୋର

କବିତା

ରମାଟି ଯେମିତି ରଙ୍ଗକୁ ଜାଣେ

ରମାଟି ଯେମିତି ରଙ୍ଗକୁ ଜାଣେ

ରୁମୁକୁ ଝୁମା ରୁମୁକୁ ଝୁମା
କୁନି ଝିଅଟିଏ  ନାଆଁ ତା ରମା
ଚଗଲମଗଲ ହୁଏନି 
ଇଂରାଜୀରେ କିଛି ରଙ୍ଗକୁ ଠିକ୍
ଉଚ୍ଚାରଣ କରି ପାରେନି ।

`ବ୍ଲୁ` କଲରକୁ ` ବୁ` ସେ କହେ
`ବ୍ଲାକ୍` କଲରକୁ `ବାକ୍` କହେ
`ବ୍ରାଉନ` କଲରକୁ କହେ `ବାଉନ୍`
ଶୁଣି ଦେଇ ରିନି କହିଲା ତା`କୁ
ଯା` ରେ ଭଦ୍ରକ ଟାଉନ୍ ।

ବାପା ବସିଥିଲେ ସେଇଠି
ରମାକୁ କୋଳେଇ ନେଇଟି,
ହସି ହସି ହସି କହିଲେ
ଉଚ୍ଚାରଣ ଠିକ୍ ପାରିବ କରି
ଆଉ ଟିକେ ବଡ଼ ହୋଇଲେ ।
∎
ମୋ:୯୫୮୩୨୦୨୩୫୭

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମାର୍ଚ୍ଚ:୨୦୨୬ , ତୃତୀୟ ବର୍ଷ : ତୃତୀୟ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଶରତ କୁମାର ଦାସ

01-03-2026 / 15:10:38

ପିଲାଙ୍କ ପାଇଁ ସୁନ୍ଦର କବିତାଟିଏ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion