Skip to content
ଶିଶୁ କିଶୋର

କବିତା

ଆପଡ ଚାପଡ

ଆପଡ ଚାପଡ

ଆପଡ ଚାପଡ ଘି ମହକା
ଓଲେଇ ଗାଈ ଟା
ଛଉ ଛଉକା
ଏଇଠି ଅଛି ଘାସ
ଚରୁଛି
ହେଇ ହେଇ ଗଲା
ବାରିରେ ପଶି
ଧୋବ ଫରଫର ବହଲ
କ୍ଷୀର
ଦିଅ ଜେଜେ ମାଆ
ରାବିଡି ସର
ଚାକୁମ ଚାକୁମ ଖାଇବ
କୁନା
ଢକ ଢ଼କ କ୍ଷୀର ପିଇବ
ମୀନା
ଛନଛନିଆ ବାରି କିଆରୀ
ପିଲାଏ ମିଶିକି କର
ତିଆରି
ତଟ କା ଚିଜ ଭାରି ସୁଆଦ
ଦିଅ ଦିଅ ଦିଅ ପିଲାଙ୍କୁ
ଆଗ
ଖସର ଖସର୍ ଖଡି ର ଗାର
ସିଲଟ ରେ ଲେଖି ଶିଖ
ଅକ୍ଷର
ଅ ଆ କ ଖ ଚକ ଅଖ
ଛବି ବହି ଖୋଲି ପଢ଼ିବା
ଶିଖ
କିତ କିତ କିତ କିିତି କିତି
ବାଗୁଡ଼ି ଖେଳ ରେ
ପିଲାଏ ନି ତି
ବଲ ବଢ଼ିବ ବୁଦ୍ଧିଆ ହେବ
ସବୁଥିରେ ତୁମେ ଆଗେଇ ଯିବ
ଢେଁପପେ ଢେପେର
ବାଜଇ ବାଜା
ସ୍ବାଧୀନ ଦେଶ ର ପିଲାଏ
ରାଜା
ଏକ ଦୋ କରି
ଯାଅ ଚାଲି ଯାଅ
ପ୍ୟାରେଡ କରି!!!
∎
ରାଇରଙ୍ଗପୁର

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମାର୍ଚ୍ଚ:୨୦୨୬ , ତୃତୀୟ ବର୍ଷ : ତୃତୀୟ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion