Skip to content
ଶିଶୁ କିଶୋର

କବିତା

ଆମ ଗାଁ ନଈ

ଆମ ଗାଁ  ନଈ

ଆମ ଗାଁ ନଈ
ଗାଆଁ କଡେ ଆମ ଯାଉଛି ବହି
ସାଇତି ଥିବା ତା
କେତେ ଯେ କାହାଣୀ
ଗାଆଁ ଲୋକ ପାଖେ ଯାଉଛି କହି ।

ମଧୁର ଗୀତ
ଗାଇ ଶୁଣାଏ ସେ ନ ରଖି ଭିତ
ସକାଳ ସଞ୍ଜରେ
ମନ ମୋହି ନିଏ
ଆମ ଗାଆଁ ଲୋକ ସଭିଏଁ ମିତ ।

ମନୋଇ ଭାରି
କ୍ଷୀଣ ଦେହ ତାର ହୁଅଇ ବାରି
କାମରେ ଯଦି କେ
ଆରପଟ ଯିବ
ତା ଦେହରେ ଚାଲି ହୁଅନ୍ତି ପାରି ।

ବରଷା ଯୁଟେ
ବେଶି ବରଷାରେ ସେ ଫୁଲି ଉଠେ
ମେଘ ଛାଡି ଗଲେ
ଘଣ୍ଟାକ ଭିତରେ
ମୋଟା ଶରୀରଟା କ୍ଷଣିକେ ତୁଟେ।

ସୁଖର ସାଥୀ
ଦୁଃଖରେ ବି ଥାଏ ନ ବାରେ ଜାତି
ତା କୋଳ ଦେଇଛି
ସଭିଙ୍କୁ ଆସରା
ହେଉ ଶୀତ ଖରା ବରଷା ତାତି ।
∎
ମିଶ୍ର କଲୋନୀ
ଶାଳପଡ଼ା , କେନ୍ଦୁଝର
ଦୂର ଭାଷ - ୯୪୩୮୪୧୪୭୦୧

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଫେବୃଆରୀ :୨୦୨୬ , ତୃତୀୟ ବର୍ଷ ଦ୍ଵିତୀୟ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଧ୍ରୁବ ଚରଣ ଘିବେଲା

12-02-2026 / 04:48:56

ଭଲ ହୋଇଛି

ମୋହନ କୁମାର ସ୍ୱାଇଁ

11-02-2026 / 18:54:33

ଭଲ ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion