କବିତା
ମାଙ୍କଡ଼ ବିଲେଇ ଲାଗିଲେ କଳି

ମାଙ୍କଡ଼ ବିଲେଇ ଲାଗିଲେ କଳି
ଗାତେ ଥାଇ ମୂଷା ହୁଅଇ ଭାଳି I
କହିଲା, ବିଲେଇ ନାନୀ ହେ କିଆଁ
ମାଙ୍କଡ଼ ସହିତେ ମାରୁଛ ଡିଆଁ ?
ଆମେ ଯେତେ ଅଛେ ଜଗତେ ଜୀବ
ପର ଆପଣରେ କାହିଁକି ଭାବ ?
ଛୋଟ ବଡ଼ ଅବା ଚତୁର କିଏ
ବିପଦରେ କେବେ ବଞ୍ଚାଇ ଦିଏ II
କଳି ଗୋଳ ଅଟେ ଖରାପ କାମ
ମିଳିମିଶି ଥିଲେ ବଢ଼ଇ ନାମ I
ବଳକା ଦରବ ଅନ୍ୟକୁ ଦେଇ
ମନରେ ସନ୍ତୋଷ ଲଭିବ ଯାଇ II
ମୂଷା ଭାଇଟିର ଟିକିକ କଥା
ଛାଡ଼ି ଦେଲେ କଳି ପଶିଲା ଚେତା I
ଫୁଲବାଣୀ, କନ୍ଧମାଳ -8895119944

ଲେଖା ସମ୍ପର୍କୀୟ ମତାମତ
Mohan Kumar swain
11-02-2026 / 18:52:49
ଭଲ ଲାଗିଲା
ଶରତ କୁମାରୀ ସ୍ଵାଇଁ
04-02-2026 / 20:44:14
କବିତା ଟି ରେ କଳିଗୋଳ ନକରିବାକୁ ଚେତାଇଦେବାଟାବହୁତଭଲକଥା। ଧନ୍ୟବାଦ।