କବିତା
ଟପର ଟପର ମେଘ ବରଷିଲା

ଟପର ଟପର ମେଘ ବରଷିଲା
ଓଳିତଳେ ଗଲା ପାଣି
କଟର କଟର ବେଙ୍ଗୁଲୀ ଡାକିଲା
ଦେଖି ବେଙ୍ଗ ରାଜା ଠାଣି ।
ଫୁକୁଲୁ ଫୁକୁଲୁ ଡେଇଁ ଡେଇଁ ଆସି
ପହଞ୍ଚିଲା ସାରୁ ମୂଳେ
ଧଣ୍ଡିଆ ଦୂରରୁ ଦେଖି ବେଙ୍ଗୁଲୀ କୁ
ଛପିଗଲା ପାଣି କୂଳେ ।
ବେଙ୍ଗ ଓ ବେଙ୍ଗୁଲୀ ବସି
କଥାହେଲେ ହସିହସି
ନେଉଳ ବାପୁଡା ସେଇବାଟେ ଗଲା
ଧଣ୍ଡ ପଳାଇଲା ଖସି ।
∎
ଶୁଶୁଡା, ଅନୁଗୋଳ
ମୋ- 7978087891

ଲେଖା ସମ୍ପର୍କୀୟ ମତାମତ
Dinabandhu Poi
03-09-2024 / 14:45:30
ଭାରି ଭଲ ଲାଗିଲା, ଶୁଭେଛା
ପ୍ରଶାନ୍ତ କୁମାର ଦାଶ
03-09-2024 / 13:18:14
ବହୁତ ବଢିଆ କବିତା ଧନ୍ୟବାଦ ଧିରେନ ବାବୁ
କୀର୍ତ୍ତନ ସାହୁ
01-09-2024 / 12:46:55
ସୁନ୍ଦର ଲେଖା ।
ଅନନ୍ତ କୁମାର ସେନାପତି
01-09-2024 / 10:04:06
ଛୋଟ ହେଲେ ବି ଚମତ୍କାର
କବିଜ୍ୟୋତି ନିରଞ୍ଜନ ପତି
01-09-2024 / 08:53:10
ଛୋଟ ଲେଖା ହେଲେ ବି ମନଛୁଆଁ। ଅଭିନନ୍ଦନ କବି। ଜୟ ଜଗନ୍ନାଥ।