କବିତା
ମେଘ ବରଷିଲା

ମେଘ ବରଷିଲା ବିଜୁଳି ମାରି ।
ବେଙ୍ଗ ବେଙ୍ଗୁଲି ଲାଗନ୍ତି କଳି ॥
ଚଷା ପୁଅ ଯାଏ ଲଙ୍ଗଳ ଧରି ।
ମନେ ମନେ ଇଶ୍ୱରଙ୍କୁ ସୁମରି॥
ସବୁଜ ସୁନ୍ଦର ହୋଇବ କ୍ଷେତ ।
ଖାଇବା କୁ ଦବ ଆମକୁ ଭାତ ॥
ବରଷା ଆମର ସଦା ଭରଷା ।
ନହେଲେ ବୁଡ଼ିବ ଆମ ବେଉସା ॥
ଗଛ ଲଗାଇବା ହରଷ ମନେ ।
ସବୁଜ ହୋଇବ ଧରଣୀ ଦିନେ ॥
ନିରାପଦ ହେବ ଆମ ଜୀବନ ।
ଛ ଋତୁ ଅସିବେ ଆନନ୍ଦ ମନେ ॥
ସୁଖର ଦୁଃଖ ର ସାଥି ବରଷା ।
ଭଲ ଲାଗେ ମା ହାତ ପରସା ॥
ଗଛ ହାଣି ବାନି ଶୁଣ ଭାଇନା ।
ନହେଲେ ମିଳିବନି ଦାନା କନା ॥
ଜଗତ ଯାକର ଶୁଖ ଓ ଶାନ୍ତି ।
ବରଷା ରାଣୀ ଦବ କରେ ମିନତୀ ॥
∎
ଖୁଣ୍ଟକଟା। ଆଠଗଡ

ଲେଖା ସମ୍ପର୍କୀୟ ମତାମତ