Skip to content
ଶିଶୁ କିଶୋର
 

ପିଲାଙ୍କ କଲମରୁ

( ସେପ୍ଟେମ୍ବର:୨୦୨୪ , ପ୍ରଥମ ବର୍ଷ : ନବମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ରୁଖା ଉପରେ ପିମ୍ପୁଡି

ଲେଖା : ସ୍ଵାତୀ

ରୁଖା ଉପରକୁ ପିମ୍ପୁଡି ଗଲା ଚଢି ।
ଚାରି ଆଡେ ଟିକେ ଚାହିଁଲା ଆଖିକୁ ଫାଡି ॥
କେତେ ଉଚ୍ଚରେ ଠିଆ ହୋଇ ଅଛି ମୁହିଁ ।
କେତେ ଛୋଟ ଦିଶେ ମାଟି ଗୋଡି ଆଉ ଭୂଇଁ ॥
ଏତେ ଉପରକୁ ଉଠିଲି ମୁଁ କେତେ ବୀର ।
ପିମ୍ପୁଡି ଜାତିରେ ମୁହିଁ ଏକା ପାରିବାର ॥
ମୋଅରି ପରିକା ନାହିଁ ଆଉ କେହି ଜଣେ ।
ଏତେ ବଡ କାମ କରି ପାରିଛି ଜୀବନେ ॥
ଏଇ ରୁଖା ମୋର ରାଜ୍ୟ ମୁଁ ତାର ରାଜା ।
ଏଇଠୁ କରିବି ଶାସନ, ପାଳିବି ପ୍ରଜା ॥
ଏତିକି ବେଳକୁ ଆସିଗଲେ ମାଲିକାଣୀ ।
ଦେଖିଲେ ରୁଖାରେ ମଇଳା ଲାଗି ଗଲାଣି ॥
ପାଣି କୁଣ୍ଡରେ ରୁଖାଟାକୁ ଦେଲେ ଧୋଇ ।
ପୋଛିଦେଲେ ତାକୁ ଶୁଖିଲା କନାଟେ ନେଇ ॥
ପାଣି କୁଣ୍ଡରେ ପିମ୍ପୁଡି ଯାଏ ବୁଡି ।
ମରିଗଲି ବୋଲି ବିକଳେ ଛାଡଇ ରଡି ॥



∎

ଏହି ଲେଖା ସମ୍ପର୍କୀୟ ମତାମତ