ଗପ
ବଦଳିଗଲା ବନମାଳୀ

ରାତି ଅଧ ହବ । ବନମାଳୀ ତା` ମା`କୁ କୁଣ୍ଢାଇ ଚିତ୍କାର କରି ଉଠିଲା ହଠାତ୍। ମା` ର ଦେହ ବି ଥରୁଥାଏ ପୁଅର ଏ ଅବସ୍ଥା ଦେଖି। ତଥାପି ସିଏ ଶୋଇଥିବା ରୁମ୍ ର ଝରକା କବାଟ ସବୁ ବନ୍ଦ ଅଛି ବୋଲି ଦେଖିଲେ। ତେବେ କାହିଁକି ପୁଅ ଏମିତି ହେଲା ବୋଲି ପଚାରିଲେ ତାକୁ।
ବନମାଳୀ ରହି ରହି କହିଲା ମା ! ମୁଁ ଯେଉଁ ଠାକୁର ଠାକୁରାଣୀଙ୍କୁ ସବୁଦିନ ପୂଜା କରେ,ସେଇମାନେ ସବୁ ଆସିଥିଲେ ମୋ ପାଖକୁ।ବିଶେଷ କରି ଗଣେଶ ଓ ସରସ୍ଵତୀ ମତେ କହିଲେ ତୋ ପୂଜା ଆରାଧନାରେ ଆମେ ଖୁସି,କିନ୍ତୁ ଏଇ ଆଗାମୀ ପରୀକ୍ଷାରେ ତୁ ଉତ୍ତୀର୍ଣ୍ଣ ହେଇ ପାରିବୁ ନାହିଁ। ଲକ୍ଷ୍ମୀ କହିଲେ ଯିଏ ଅଳସୁଆ ହେଇ ଚାଷ ନ କରି ମତେ ପୂଜା କରେ ,ମୁଁ ତାକୁ ଉପାସରେ ରଖାଏ। ମା` ଦୁର୍ଗା କହିଲେ ଗୁରୁ ଗୁରୁଜନଙ୍କୁ ଭକ୍ତି କରୁ ନ ଥିବା,କାମ ଓ ପାଠ ପଢାର ବାହାନା ଦେଖାଇ ବାପା ମାଆଙ୍କ ବୋଲ ବାଣୀ ଏଡି ଦେଉଥିବା ପିଲାଙ୍କୁ ମୁଁ ବିପଦରେ ସାହାଯ୍ଯ ବି କରେନାହିଁ। ଅନ୍ଯ ଦେବତା ଦେବୀ ମାନେ ବି ବିଭିନ୍ନ କଥା କହିଲେ। ମୁଁ କ`ଣ କରିବି ମା ?
ମା` ବୁଝିପାରିଲେ ବନୁର ମନ କଥା । ସିଏ ଏଇମିତି ଏକ ସୁଯୋଗ ବି ଖୋଜୁଥିଲେ।ପୁଅକୁ କୋଳେଇ ଆଣି କହିଲେ,ଏବେ ବୁଝିଲୁ ତ ? ମୁଁ ବାରମ୍ବାର କହିଥିଲେ ମଧ୍ଯ ମୋ କଥାକୁ ଏ କାନରେ ଶୁଣି ସେ କାନରେ ବାହାର କରି ଦେଇଥିଲୁ। କର୍ତ୍ତବ୍ଯ ନ କଲେ କୌଣସି ଠାକୁର ଠାକୁରାଣୀ ତତେ ସାହା ଭରସା ହେବେ ନାହିଁ। ଶେଷରେ ସେମାନେ ନିଜେ ଆସି ତତେ ସତର୍କ କରି ଦେଇଗଲେ।
ତହିଁଆରଦିନଠୁ ବନମାଳୀ ଫୁଲ ତୋଳିବା ଓ ପୂଜା କରିବାକୁ ଗୁରୁତ୍ୱ ନ ଦେଇ ପଢାରେ ମନ ବଳାଇଛି। ବାପା ମା` କଥାକୁ ମଧ୍ଯ ଏଡି ଦେଉନାହିଁ ଆଗଭଳି।
∎
ସଭାପତି
ଉତ୍କଳମଣି ଶିଶୁ ସାହିତ୍ଯ ସମିତି
ଶଂଖୋ,କେନ୍ଦୁଝର।

ଲେଖା ସମ୍ପର୍କୀୟ ମତାମତ
Sanjukta parichha
01-08-2025 / 15:59:57
ସୁନ୍ଦର ଶିକ୍ଷଣୀୟ ଗପ ଟିଏ ।
Mohan Kumar swain
01-08-2025 / 15:32:24
ଠିକ୍ ଅଛି
ମିନତି ପଟ୍ଟନାୟକ
01-08-2025 / 14:34:56
ଶିକ୍ଷଣୀୟ
ଜୟକୃଷ୍ଣ ସାହୁ
01-08-2025 / 11:13:14
ଛୋଟ ଗପଟିଏ ହେଲେ ବି ଶିକ୍ଷଣୀୟ ହୋଇଛି। ଧନ୍ୟବାଦ।